ଏକ ନମ୍ବର ହାଟରେ ନିଆଁ

ଭୁବନେଶ୍ବର: ହୁତୁହୁତୁ ଜଳୁଛି ଭୁବନେଶ୍ବରର ୧ ନମ୍ବର ହାଟ। ଆଜି ବିଳମ୍ବିତ ରାତିରେ ହାଟରେ ନିଆଁ ଲାଗିଯାଇଥିବା ବେଳେ ୪ ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରୁଛନ୍ତି।
ଅଗ୍ନିକାଣ୍ଡର କାରଣ ଏଯାଏଁ ଜଣାପଡ଼ିନାହିଁ। ପାଖରେ ଥିବା ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ ଶାଖା ପଛପଟୁ ନିଆଁ ଆରମ୍ଭ ହୋଇଥିବା ସୂଚନା ରହିଛି। ଏଯାଏଁ କୌଣସି ଜୀନହାନିର ସୂଚନା ମିଳିନାହିଁ।