Odisha Link
Bridging the Missing Links in Odisha

ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ୧ ଲକ୍ଷ ଦେଲେ ଦ ଓ୍ବିଜଡମ୍‌ ଟ୍ରୀ ଗ୍ଲୋବାଲ ସ୍କୁଲ

ଭୁବନେଶ୍ବର: ରାଜ୍ୟର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଦ ଓ୍ବିଜଡମ ଟ୍ରୀ ଗ୍ଲୋବାଲ ସ୍କୁଲ ନିଜକୁ କରୋନା ଲଢ଼େଇରେ ସାମିଲ କରିଛି। ବିଦ୍ୟାଳୟ ପକ୍ଷରୁ ରାଜ୍ୟ ସରକାରଙ୍କ ମୁଖ୍ୟମନ୍ତ୍ରୀ ରିଲିଫ୍‌ ପାଣ୍ଂିକୁ ଏକ ଲକ୍ଷ ଟଙ୍କା ଦାନ କରାଯାଇଛି।

ବର୍ତ୍ତମାନ ଭାରତ ସମେତ ସାରା ବିଶ୍ବ କରୋନା ମହାମାରୀ ସହ ଲଢ଼େଇ କରୁଥିବା ବେଳେ ଆମର ସବୁ ରାଜ୍ୟର ୨୧ ଦିନର ଲକ୍‌ଡାଉନ୍‌ ଜାରି ହୋଇଛି। ତେବେ ଏହି ସମୟରେ ସ୍କୁଲ ବନ୍ଦ ଥିଲେ ବି ଅନ୍‌ଲାଇନ୍‌ ପ୍ଲାଟଫର୍ମରେ ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦିନ କରାଯାଉଛି ବୋଲି ଦ ଓ୍ବିଜଡମ୍‌ ଟ୍ରୀ ଗ୍ଲୋବାଲ ସ୍କୁଲର କାର୍ଯ୍ୟନିର୍ବାହୀ ଟ୍ରଷ୍ଟୀ ପଞ୍ଚମୀ ମାନୁ ଉକିଲ କହିଛନ୍ତି।

ଶିକ୍ଷୟିତ୍ରୀମାନେ ନିଜ ଘରେ କ୍ୟାମେରା ସାମନାରେ ବସି ଶିକ୍ଷାଦାନ କରୁଥିବା ବେଳେ ଛାତ୍ରଛାତ୍ରୀମାନେ ମଧ୍ୟ ନିଜ ଘରେ ସ୍ମାର୍ଟଫୋନ୍‌ ବା ଲାପ୍‌ଟପ୍‌ ସହାୟତାରେ ସିଧାସଳଖ ଶିକ୍ଷୟିତ୍ରୀଙ୍କ ସହ ଯୋଡ଼ି ହେଉଛନ୍ତି ବୋଲି ଶ୍ରୀମତୀ ଉକିଲ ସୂଚନା ଦେଇଛନ୍ତି।

Comments are closed.