Odisha Link
Bridging the Missing Links in Odisha

ଅନ୍‌ଲାଇନ୍‌ରେ ମଦ କିଣି ୧୯,୦୦୦ ଟଙ୍କା ହରାଇଲେ ଭୁବନେଶ୍ବର ଯୁବକ

ଭୁବନେଶ୍ବର: ସାରା ଦେଶ କରୋନା ସହ ଲଢ଼ୁଥିବା ବେଳେ ୨୧ ଦିନର ଲକ୍‌ଡାଉନ୍‌ ଜାରି ହୋଇଛି। କେବଳ ଜରୁରୀ ସାମଗ୍ରୀ ମିଳୁଥିବା ଦୋକାନକୁ ଛାଡ଼ିଦେଲେ ବାକି ସବୁ ବନ୍ଦ ରହିଛି। ତେବେ ମଦ ପିଇବାକୁ ହାଇଁପାଇଁ ଲୋକଙ୍କ ପାଇଁ ଠକେଇର ନୂଆ ଉପାୟ ପାଞ୍ଚିଛନ୍ତି ଅନ୍‌ଲାଇନ୍‌ ଡକାୟତ।

ଭୁବନେଶ୍ବରର ଜଣେ ଯୁବକଙ୍କୁ ଅନଲାଇନ୍‌ରେ ମଦ ଦେବେ କହି ୧୯,୦୦୦ ଟଙ୍କା ଠକିନେଇଛି ଏକ ଇକମର୍ସ ସାଇଟ୍। ଠକେଇର ଶିକାର ହୋଇଛନ୍ତି ଗୋଟିଏ ରାଷ୍ଟ୍ରାୟତ ବ୍ୟାଙ୍କର ମ୍ୟାନେଜର। ଠକିହେବା ପରେ ସେ କମିଶନରେଟ୍‌ ପୁଲିସରେ ଏ ନନେଇ ଅଅଭିଯୋଗ କରିଛନ୍ତି।

ଠକାମୀର ଶିକାର ଯୁବକ ଜଣକ ପୁରୁଣା ଭୁବନେଶ୍ବର ମାଉସୀମା’ ଛକ ନିକଟରେ ରହନ୍ତି। ୨୨ ତାରିଖ ଠାରୁ ଭୁବନେଶ୍ବରରେ ମଦ ଦୋକାନ ବନ୍ଦ ଥିବା ବେଳେ ମଦ କେଉଁଠି ପାଇବେ ଏ ନେଇ ସେ ଚିନ୍ତାରେ ଥିଲେ। ଅନ୍‌ଲାଇନ୍‌ରେ ମଦ ମିଳୁଛି କି ନାହିଁ ଇଣ୍ଟରନେଟରେ ଖୋଜୁଥିବା ବେଳେ ତାଙ୍କୁ ଗୋଟିଏ ଲିଙ୍କ ମିଳିଥିଲା। ଭୁବନେଶ୍ବରର ଏକ ମଦ ଦୋକାନ ନାମରେ ଖୋଲିଥିବା ଏହି ଓ୍ବେବସାଇଟ୍‌ରେ ଘରେ ମଦ ପହଞ୍ଚାାଇଦେବାର ସୁବିଧା ଉପପଲବବ୍ଧ ବୋଲି ଲେଖାଯାଇଥିଲା।

ସତ୍ୟାସତ୍ୟ ପରଖ ନକରି ଏହି ସାଇଟ୍‌ର ଦାବିିକୁ ବିଶ୍ବାସ କରି ନେଇଥିଲେ ଯୁବକ। କାଳ ବିଳମ୍ବ ନକରି ୨୬୦ଟି ବିଅର ବୋତଲ କିଣିବା ପାଇଁ ଅର୍ଡର ପ୍ଲେସ୍‌ କରିଥିଲେ ଯୁବକ। ଟଙ୍କା ଦେବା ପୂର୍ବରୁ ତାଙ୍କ ନିକଟକୁ ଗୋଟିଏ କଲ୍‌ ଆସିଥିଲା। ଫୋନ୍‌ ଯୋଗେ ଯୁବକଙ୍କ ଡେଲିଭରୀ ଠିକଣା ଆଦି ବୁଝିଥିଲେ ଅଜଣା ଠକ। ଅନ୍‌ଲାଇନ୍‌ ପେମେଣ୍ଟ୍‌ ନିମନ୍ତେ ତାଙ୍କ ମୋବାଇଲକୁ ଏକ ବାରକୋଡ୍‌ ଆସିଥିଲା। ବାର୍‌ କୋଡ୍‌ ଖୋଲିବା ପରେ ତାଙ୍କ ବ୍ୟାଙ୍କରୁ ଆପେ ୧୯,୦୦୦ ଟଙ୍କା କଟିଯାଇଥିଲା।

ଟଙ୍କା କଟିବା ପରେ ଯୁବକ ଜଣକ ଉକ୍ତ ନମ୍ବରରେ ଯୋଗାଯୋଗ କରିବାକୁ ଯେତେ ଚେଷ୍ଟା କଲେ ବି ବିଫଳ ହୋଇଥିଲେ। ପ୍ରଥମେ ଫୋନ୍‌ କେହି ଉଠାଇ ନଥିଲେ, ପରେ ଫୋନ୍‌ ଅପହଞ୍ଚ ଦୂରତାରେ ଥିବା ଜଣାପଡ଼ିଥିଲା। ଠକେଇର ଶିକାର ହୋଇଥିବା ଜାଣିବା ପରେ ସେ ପୁଲିିସର ଦ୍ବାରସ୍ଥ ହୋଇଥିଲେ।

ଅନ୍‌ଲାଇନ୍‌ରେ କେବଳ ଅତ୍ୟାବଶ୍ୟ୍ୟକ ସାମଗ୍ରୀ ମିଳୁଛି ବୋଲିି ଭୁବନେଶ୍ବର ଡିିସିପି ଅନୁପ ସାହୁ କକହିଛନ୍ତି। ତେବେ ବି ଜିନିଷ କ୍ରୟ କଲାବେଳେ ସତର୍କତା ଅବଲମ୍ବନ କରିବାକୁ ସେ ରାଜଧାନୀବାସୀଙ୍କୁ ପରାମର୍ଶ ଦେଇଛନ୍ତି।

ସୂଚନାଯୋଗ୍ୟ, ଭାରତରେ ଅନ୍‌ଲାଇନ୍‌ ମଦ ବିକ୍ରି ନିଷିଦ୍ଧ ଅଟେ। ଏଭଳି ଦାବି କରୁଥିବା ଅନୁଷ୍ଠାନ ବା ଓ୍ବେବସାଇଟ୍‌କୁ ଠକ ବୋଲି ଭାବିବାକୁ ହେବ।

Comments are closed.