Odisha Link
Bridging the Missing Links in Odisha

କଣ୍ଟେନ୍‌ମେଣ୍ଟ୍‌ ଅଞ୍ଚଳ ଘୋଷଣା ହେଲା ‘ସତ୍ୟ ନଗର’

ଭୁବନେଶ୍ବର: ଆଜି ଭୁବନେଶ୍ୱରର ସତ୍ୟ ନଗରକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରିଛି ବିଏମ୍‌ସି। ଜଣେ କରୋନା ସଂକ୍ରମିତ ସେହି ଅଞ୍ଚଳରୁ ଚିହ୍ନଟ ହେବା ପରେ ଏଭଳି ପଦକ୍ଷେପ ନେଇଛି ବିଏମସି। ଏହି ସଂକ୍ରମିତଙ୍କର କୌଣସି ଟ୍ରାଭେଲ ହିଷ୍ଟ୍ରି ନାହିଁ। ଯାହା ଫଳରେ ଏହା ପ୍ରଶାସନର ଚିନ୍ତା ବଢ଼ାଇଛି।

ସେଥିପାଇଁ ସତ୍ୟନଗର ଛକରୁ-କାଳି ମନ୍ଦିର ଛକ, କାଳି ମନ୍ଦିର ଛକରୁ-ପତଞ୍ଜଳି ଷ୍ଟୋର, ପତଞ୍ଜଳି ଷ୍ଟୋରରୁ ବ୍ୟାଙ୍କ ଅଫ ଇଣ୍ଡିଆର ଅଫିସର୍ସ କ୍ୱାର୍ଟର୍ସ, ବ୍ୟାଙ୍କ ଅଫ ଇଣ୍ଡିଆର ଅଫିସର୍ସ କ୍ୱାର୍ଟର୍ସରୁ ସତ୍ୟନଗର ଛକରେ ଥିବା ବିଗବଜାର ପର୍ଯ୍ୟନ୍ତ ଅଞ୍ଚଳ ସିଲ୍ କରାଯାଇଛି। ଏହି ଅଞ୍ଚଳ ଭିତରକୁ କାହାକୁ ଛଡ଼ା ଯିବ ନାହିଁ କିମ୍ବା ଏହା ଭିତରୁ କେହି ବାହାରକୁ ବାହାରି ପାରିବେ ନାହିଁ।

ବିଏମ୍‌ସି ପକ୍ଷରୁ ଅତ୍ୟାବଶ୍ୟକ ସାମଗ୍ରୀ ସଂପୃକ୍ତ ଅଞ୍ଚଳରେ ପହଞ୍ଚାଇ ଦିଆଯିବ। କଣ୍ଟେନମେଣ୍ଟ ଜୋନରେ ଥିବା ସମସ୍ତ ସରକାରୀ ଓ ବେସରକାରୀ ଅଫିସ୍ ବନ୍ଦ ରହିବ। ଏ ଅଞ୍ଚଳର ସମସ୍ତ ବାସିନ୍ଦାଙ୍କୁ ଘରୁ ବାହାରିବାକୁ ମନା କରାଯାଇଛି। ଲୋକଙ୍କର ଜରୁରୀ ଆବଶ୍ୟକତା ପୂରଣ ଲାଗି ବିଏମ୍‌ସି ପକ୍ଷରୁ ଏକ୍‌ ଟିକ୍‌ ଗଠନ କରାଯାଇଛି। ଏହାସହ ସଂପୃକ୍ତ ଅଞ୍ଚଳର ଲୋକଙ୍କ ଲାଗି ହେଲ୍‌ପ ଲାଇନ୍ ନମ୍ବର ୧୯୨୯ ଜାରି କରାଯାଇଛି।

Comments are closed.