ବଡ଼ ଖବର: ରାଜ୍ୟରେ ପୁଣି ୪ ଜଣ କରୋନା ପଜିଟିଭ ଚିହ୍ନଟ, ସଂଖ୍ୟା ୪୮କୁ ବୃଦ୍ଧି

ଭୁବନେଶ୍ବର: ରାଜ୍ୟରେ ଆଉ ୪ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୪୮ରେ ପହଞ୍ଚିଛି। ଆଜି ମଧ୍ୟାହ୍ନରେ ୨ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ଅର୍ଥାତ୍ ଦିନକରେ ମୋଟ ୬ ଜଣଙ୍କଠାରେ କରୋନା ପଜିଟିଭ୍ ଚିହ୍ନଟ କରାଯାଇଥିବା ଜଣାପଡ଼ିଛି। ୪୮ ଜଣଙ୍କ ମଧ୍ୟରୁ ୪୫ ଜଣଙ୍କଠାରେ କରୋନା ସକ୍ରିୟ ରହିଛି। ଅନ୍ୟପକ୍ଷରେ ୨ ଜଣ ସୁସ୍ଥ ଅଛନ୍ତି ଏବଂ ଜଣଙ୍କର ମୃତ୍ୟୁ ହୋଇଛି। ଏନେଇ ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ୱେବସାଇଟ୍।
ତେବେ ପ୍ରଥମ ଥର ପାଇଁ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଟ୍ୱିଟରରେ ଏନେଇ ତଥ୍ୟ ଦିଆଯାଇନି। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ୱେବସାଇଟ୍ରେ ଏହି ତଥ୍ୟ ଦିଆଯାଇଛି। ଅପରପକ୍ଷେ, ରାତି ୧୨ ଟା ୩୪ ମିନିଟରେ ରାଜ୍ୟ ସରକାରଙ୍କର ସୂଚନା ଓ ପ୍ରସାରଣ ବିଭାଗ ଏନେଇ ଟୁଇଟ କରିଛି । ଏହି ତଥ୍ୟ ଅନୁଯାୟୀ, ୯ ତାରିଖରେ ମୋଟ ୪୦୮ ନମୁନା ପରୀକ୍ଷା କରାଯାଇଥିଲା। ଏଥିରୁ ୪୦୨ଟି ନେଗେଟିଭ୍ ଏବଂ ୬ଟି ପଜିଟିଭ୍ ଆସିଛି। ହେଲେ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ୪ ଜଣଙ୍କ ସଂପର୍କରେ କୌଣସି ସୂଚନା ଦିଆଯାଇନାହିଁ।
#Covid19 Case #Odisha
9th April, 2020Total 6 new Cases on 9th April, 2020
Total Positive Cases so far: 48 pic.twitter.com/POhTdshaGP— I & PR Department, Odisha (@IPR_Odisha) April 9, 2020
ସୂଚନାଥାୁକି, ଗୁରୁବାର ମଧ୍ୟାହ୍ନରେ ଢ଼େଙ୍କାନାଳ ସହରର ଜଣେ ୫୧ ବର୍ଷୀୟ ମହିଳା କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ଏଥିସହିତ ପଶ୍ଚିମବଙ୍ଗ ମେଦିନପିୁର ଅଞ୍ଚଳର ଜଣେ ୬୯ ବର୍ଷୀୟ ବ୍ୟକ୍ତି କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏନେଇ ଟୁଇଟ ଯୋଗେ ସୂଚନା ଦେଇଥିଲା ରାଜ୍ୟ ସ୍ବାସ୍ଥ୍ୟ ବିଭାଗ।