ତାମିଲ କିଶୋର ପତ୍ରିକାରେ ନବୀନ ହିରୋ

ଭୁବନେଶ୍ବର: କରୋନା ଲଢ଼େଇରେ ସମଗ୍ର ବିଶ୍ବକୁ ପଥ ପ୍ରଦର୍ଶନ କରୁଛି ଓଡ଼ିଶା ମଡେଲ। କୋଭିଡ୍-୧୯ ଭୟଙ୍କର ଭୂତାଣୁର ପ୍ରଭାବରୁ ରାଜ୍ୟକୁ ରକ୍ଷା କରିିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମୟୋପଯୋଗୀ ପଦକ୍ଷେପ ଓ ଜନହିତକାରୀ କାର୍ଯ୍ୟ ସମଗ୍ର ବିଶ୍ବ ପାଇଁ ଉଦାହରଣ ସାଜିଛି। ନବୀନ ଓ ତାଙ୍କର କୋଭିଡ୍ ଳଢ଼େଇକୁ ନେଇ ଏମିତି କିଛି ଲେଖିଛି ତାମିଲନାଡ଼ୁର ପ୍ରସିଦ୍ଧ କିଶୋର ପତ୍ରିକା ଜୁନିଅର୍ ବିକଟନ।
ସାପ୍ତାହିକ ‘ଜୁନିଅର ବିକଟନ’ର ଚଳିତ ସଂଖ୍ୟା(୧୨ ଏପ୍ରିଲ ୨୦୨୦)ରେ ପ୍ରଚ୍ଛଦ ପ୍ରସଂଗ ରହିଛି ନବୀନ ପଟ୍ଟନାୟକଙ୍କ କରୋନା ଲଢ଼େଇକୁ ନେଇ। ମାତ୍ର ୨୦ ଟଙ୍କା ମୂଲ୍ୟର ଏହି ପତ୍ରିକାଟି ବିଦ୍ୟାଳୟ ଓ ଜୁନିଅର କଲେଜ ସ୍ତରର ଛାତ୍ରଛାତ୍ରୀଙ୍କ ମଧ୍ୟରେ ବହୁଳ ଭାବରେ ବିକ୍ରି ହୁଏ ବୋଲି ଜଣାପଡ଼ିଛି।
ପ୍ରଚ୍ଛଦରେ ନବୀନ ବାବୁ ଶଙ୍ଖ ଫୁଙ୍କୁଥିବାର ଚିତ୍ର ସହ ଉଲ୍ଲେଖ ଅଛି- କରୋନା ଲଢ଼େଇ, ଓଡ଼ିଶା ହେଉଛି ବିଶ୍ବରେ ଆଦର୍ଶ (ରୋଲ୍ମଡେଲ୍)।
ଏହି ସଂଖ୍ୟାରେ ତାମିଲ ଭାଷାର କୁନି ପାଠକମାନେ ନବୀନ ପଟ୍ଟନାୟକ, ଓଡ଼ିଶାର ସାଂପ୍ରତିକ ସ୍ଥିତି ଓ ବର୍ତ୍ତମାନ କରୋନା ଲଢ଼େିରେ ଓଡ଼ିଶା ନେଇଥିବା ଉଦାହରଣଯୋଗ୍ୟ ପଦକ୍ଷେପ ବାବଦରେ ପଢ଼ିପାରିବେ।