Odisha Link
Bridging the Missing Links in Odisha

ଓଡ଼ିଆ ନବବର୍ଷର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ଓ ୨ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ବର: ଆଜି ଓଡ଼ିଆଙ୍କ ନବ ବର୍ଷ ତଥା ମହାବିଷୁବ ସଂକ୍ରାନ୍ତି। ରାଜ୍ୟର ଏହା ପ୍ରଥମ ସଂକ୍ରାନ୍ତି ଭାବେ ଗ୍ରହଣ କରାଯାଏ। ଏହି ଅବସରରେ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଆ ନବବର୍ଷର ଶୁଭେଚ୍ଛା ଜଣାଇଛନ୍ତି। ସେ ଟୁଇଟ କରି କହିଛନ୍ତି ଯେ, ମହା ବିଷୁବ ସଂକ୍ରାନ୍ତି ତଥା ଓଡ଼ିଆ ନବ ବର୍ଷ ଅବସରରେ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ମହିମାରୁ ପ୍ରତିଟି ଜୀବନ ସୁରକ୍ଷିତ ହେଉ। ଆମ ସମସ୍ତଙ୍କୁ ଦୃଢତାର ସହ କରୋନା ମୁକାବିଲା ପାଇଁ ଶକ୍ତି ଦେଉ।

ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଟୁଇଟ କରି ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି ଯେ, ମହା ବିଷୁବ ସଂକ୍ରାନ୍ତି ତଥା ଓଡ଼ିଆ ନବ ବର୍ଷ ଅବସରରେ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ମହିମାରୁ ପ୍ରତିଟି ଜୀବନ ସୁରକ୍ଷିତ ହେଉ।

ଅପରପକ୍ଷେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ମଧ୍ୟ ଏହି ଅବସରରେ ଶୁଭେଚ୍ଛା ଜଣାଇଛନ୍ତି। ସେ ଟୁଇଟ କରି କହିଛନ୍ତି ଯେ, ମହାବିଷୁବ ସଂକ୍ରାନ୍ତି ତଥା ଓଡ଼ିଆ ନବବର୍ଷ ଅବସରରେ ରାଜ୍ୟବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା। ପ୍ରଭୂ ଜଗନ୍ନାଥଙ୍କ ଅପାର କରୁଣା ରାଜ୍ୟବାସୀଙ୍କ ଉପରେ ସଦାସର୍ବଦା ବର୍ଷୁଥାଉ। ଜୟ ଜଗନ୍ନାଥ।

ନୂଆ ପାଞ୍ଜି ଆଜିଠାରୁ ପ୍ରଚଳିତ ହେବ। ଓଡ଼ିଆ ପଞ୍ଜିକାର ଗଣନା ଅନୁସାରେ ଏହା ବର୍ଷର ପ୍ରଥମ ଦିନ। ଆଜି ପଣା ସଂକ୍ରାନ୍ତି ବା ଜଳ ସଂକ୍ରାନ୍ତିରେ ପଣା ପାନ କରାଯାଏ। ଏହି ଦିନ ମନ୍ଦିର ଗୁଡ଼ିକରେ ଛତୁଆ ଓ ପଣାଭୋଗ ଲଗାଯାଏ। କରୋନା ଭାଇରସ ପାଇଁ ସାରା ଦେଶ ଲକ୍‌ଡାଉନ୍ ରହିଛି। ତେଣୁ ଚଳିତବର୍ଷ ଓଡ଼ିଆଙ୍କ ନବବର୍ଷ ଏକପ୍ରକାର ଫିକା ପଡ଼ିଛି।

Comments are closed.