Odisha Link
Bridging the Missing Links in Odisha

ଲକ୍‌ଡାଉନ୍‌: ଏପ୍ରିଲ ୧୫ରୁ ଦ୍ୱିତୀୟ ପର୍ଯ୍ୟାୟ, ଏହି ସବୁ ପ୍ରତିବନ୍ଧକ ଉଠାଇଲେ ସରକାର

ଭୁବନେଶ୍ବର: ମହାମାରୀ କରୋନାର ମୁକାବିଲା ପାଇଁ ସାରା ଦେଶ ୨୧ ଦିନ ପାଇଁ ଲକ୍‌ଡାଉନ୍‌ ଘୋଷଣା ହୋଇଥିଲା। ଏହି ୨୧ ଦିନିଆ ଲକ୍‌ଡାଉନ୍‌ର ଅବଧି ଆସନ୍ତାକାଲିି ସରିବାକୁୁ ଯାଉଛି। କେନ୍ଦ୍ର ସରକାର ଲକ୍‌ଡାଉନ୍‌ ଅବଧିକୁ ବୃଦ୍ଧି କରିବେ ନା ନାହିଁ, ସେ ନେଇ ଏଯାବତ୍ କିଛି ନିଷ୍ପତ୍ତି ନେଇ ନାହାନ୍ତି। ହେଲେ ରାଜ୍ୟ ସରକାର ଏପ୍ରିଲ ୩୦ ଯାଏ ଲକ୍‌ଡାଉନ୍‌ ଅବଧିକୁ ବୃଦ୍ଧି କରିଛନ୍ତି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ଅନୁଯାୟୀ, ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ ଏପ୍ରିଲ୍ ୧୫ ତାରିଖରୁ ଆରମ୍ଭ ହେବ। ଏହା ଏପ୍ରିଲ୍ ୩୦ ଯାଏ ଚାଲିବ। ଦ୍ୱିତୀୟ ପର୍ଯ୍ୟାୟ ଏପ୍ରିଲ ୩୦ ଯାଏଁ ବଳବତ୍ତର ରହିବ ବୋଲି ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେବା ପରେ ପରିସ୍ଥିତିକୁ ଦୃଷ୍ଟିରେ ରଖି କୃଷି କାର୍ଯ୍ୟ ଲାଗି ନିୟମରେ କିଛି ପରିବର୍ତ୍ତନ କରାଯାଇଛି ବୋଲି ଏସଆରସି ପ୍ରଦୀପ ଜେନା କହିଛନ୍ତି। ସେହିପରି କିଛି ନିର୍ମାଣ କାର୍ଯ୍ୟ ଉପରେ ମଧ୍ୟ କଟକଣା କୋହଳ କରାଯାଇଛି। ସୂଚନା ଅନୁଯାୟୀ କେଉଁ ସବୁ କାର୍ଯ୍ୟକୁ ଳକ୍‌ଡାଉନ୍‌ କଟକଣାରୁ ବାଦ୍ ଦିଆଯିବ, ତାହା ଜାଣି ନିଅନ୍ତୁ।

– ଧାନ ବୁଣା, ତଳି ରୁଆ, ଫସଲ ଅମଳ କାର୍ଯ୍ୟକୁ ଅନୁମତି
– ବିହନ ବୁଣା ଓ ବିହନ ପରିବହନକୁ ଅନୁମତି
– ଚାଷ ପାଇଁ ବ୍ୟବହୃତ ଟ୍ରାକ୍ଟର ଚଲାଇବାକୁ ଅନୁମତି
– କୃଷି ଯନ୍ତ୍ରପାତି ବିକ୍ରୟ ଓ ମରାମତି କେନ୍ଦ୍ର ଖୋଲା ରହିବ
– ରାସାୟନିକ ସାର ଓ ଶୀତଳ ଭଣ୍ଡାର କେନ୍ଦ୍ର ଖୋଲା ରହିବ
– କୃଷି କାର୍ଯ୍ୟ ପାଇଁ ମୋ ପୋଖରୀ ଖୋଳାରେ ଶ୍ରମିକ ଲାଗି ପାରିବେ
-ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ କାର୍ଯ୍ୟ କରିପାରିବେ
– ଜିଲ୍ଲାପାଳ ନିଜ ଆବଶ୍ୟକ ଅନୁଯାୟୀ ପଦକ୍ଷେପ ନେବେ
– ଖରିଫ୍ ଋଣ ଯୋଗାଇ ଦେବା ପାଇଁ ସବୁ ବ୍ୟାଙ୍କ କାର୍ଯ୍ୟ କରିବେ, ଅଫିସ୍‌ ବି ଖୋଲା ରହିବ
– ରବି ଧାନ ସଂଗ୍ରହ ପାଇଁ ୧୭/୧୮ ଜିଲ୍ଲାରେ ମଣ୍ଡି ଖୋଲା ରହିବ
– ଗାଁରୁ ମଣ୍ଡି ଓ ମଣ୍ଡିରୁ ମିଲ୍‌କୁ ଧାନ ନେବା ପାଇଁ ଟ୍ରକ୍‌ ଓ ଟ୍ରାକ୍ଟର ଚାଲିପାରିବ
– ଅଣ୍ଡା, ମାଛ, ମାଂସ, ଦୁଗ୍ଧ ଆଦି ଦ୍ରବ୍ୟର ପରିବହନ ଚାଲୁ ରହିବ
– ମାଛ ଖାଦ୍ୟ, ପଶୁ ଖାଦ୍ୟ ଉତ୍ପାଦନ ଓ ପରିବହନ, ଯୋଗାଣ ଚାଲୁ ରହିବ
– ପ୍ରାଣୀ ଚିକିତ୍ସାଳୟ ଓ ଟୀକା କରଣ କେନ୍ଦ୍ର ଖୋଲା ରହିବ
– ପୋଖରୀ ମାଛ ଚାଷ, ମାଛ ଧରା, ସାମୁଦ୍ରିକ ମାଛ ଧରା ମଧ୍ୟ ଚାଲୁ ରହିବ
– ମାଛ ଯାଆଁଳ ଉତ୍ପାଦନ, ମାଛ ଜାଲ କାରଖାନା ଚାଲୁ ରହିବ
– ଗୋଶାଳା ଚାଲୁ ରହିବ, ବୁଲା ପଶୁଙ୍କୁ ଖାଦ୍ୟ ଯୋଗାଣ ଚାଲୁ ରହିବ
– ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମରେ ପାଇଖାନା ନିର୍ମାଣ କାର୍ଯ୍ୟ ଚାଲୁ ରହିବ
– ବିଜୁ ପକ୍କା ଘର ଯୋଜନାରେ ନିର୍ମାଣ କାର୍ଯ୍ୟ ଚାଲୁ ରହିବ
– ପାନୀୟ ଜଳ ଯୋଗାଣ, ନଳକୂପ ମରାମତି କାର୍ଯ୍ୟ ଚାଲୁ ରହିବ
– ବନୀକରଣ ପାଇଁ ନର୍ସରୀ, ବନ୍ୟଜନ୍ତୁଙ୍କ ପାଇଁ ଜଳଉତ୍ସ ନିର୍ମାଣ କାର୍ଯ୍ୟ କରାଯାଇପାରିବ
= କେନ୍ଦୁପତ୍ର ତୋଳା, କେନ୍ଦୁପତ୍ର ଫଡ଼ି କାର୍ଯ୍ୟକ୍ରମ କରାଯାଇପାରିବ
– ଲଘୁ ବନଜାତ ଦ୍ରବ୍ୟ ସଂଗ୍ରହ ଓ ବିକ୍ରୟ କାର୍ଯ୍ୟ ଚାଲିବ
– ମହିଳା ସ୍ବୟଂ ସହାୟିକା ଗୋଷ୍ଠୀର ସମସ୍ତ କାର୍ଯ୍ୟ କରାଯାଇପାରିବ
– ଇ-କମର୍ସ ଜରିଆରେ ସବୁ ଜିନିଷ ଏବେ ଘରକୁ ମଗାଇ ହେବ
– ଖାଦ୍ୟ ହୋମ୍ ଡେଲିଭରି ଓ ଢାବା ଚାଲୁ ରହିବ। ତେବେ ଢାବାରେ ବସି ଖାଇପାରିବେ ନାହିଁ, ଖାଦ୍ୟ ନେଇ ଅନ୍ୟତ୍ର ଖାଇବେ
– ଗ୍ରାମାଞ୍ଚଳରେ ନରେଗା କାର୍ଯ୍ୟକ୍ରମ ଚାଲୁ ରହିବ
– ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ନିର୍ମାଣ କାମ ଚାଲୁ ହେବ

ତେବେ ଏ ସମସ୍ତ କାର୍ଯ୍ୟରେ ସାମାଜିକ ଦୂରତ୍ୱ ବଜାୟ ରଖିବା ଜରୁରୀ ବୋଲି ଏସ୍‌ଆର୍‌ସି ଶ୍ରୀ ଜେନା କହିଛନ୍ତି। ସେହିପରି କଣ୍ଟେନମେଣ୍ଟ ଜୋନ୍‌ରେ ଲକ୍‌ଡାଉନ୍ କୋହଳ ଲାଗୁ ହେବନି ବୋଲି ସେ କହିଛନ୍ତି। ଭୁବନେଶ୍ୱରରେ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଥିବାରୁ କୌଣସି ପ୍ରତିବନ୍ଧକ ହଟିବ ନାହିଁ । ରାଜଧାନୀ ପାଇଁ ଏକ ସ୍ୱତନ୍ତ୍ର ନିର୍ଦ୍ଦେଶନାମା ଅଣାଯିବ । ଏନେଇ ସରକାର ପ୍ରସ୍ତୁତି ଚଳାଇଥିବା ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା ସୂଚନା ଦେଇଛନ୍ତି।

Comments are closed.