କଳାହାଣ୍ଡି କୋଭିଡ୍ ହସ୍ପିଟାଲ ବୁଲିଲେ ଭିକେ ପାଣ୍ଡିଆନ୍, ସୁରେଶ ମହାପାତ୍ର

ଭବାନୀପାଟଣା: କଳାହାଣ୍ଡିରେ ନିର୍ମାଣାଧୀନ ଏକମାତ୍ର କୋଭିଡ୍-୧୯ ଡାକ୍ତରଖାନା ବୁଲି ଦେଖିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ସଚିବ ଭି କାର୍ତ୍ତିକେୟ ପାଣ୍ଡିଆନ୍ ଓ ରାଜ୍ୟ ଉନ୍ନୟନ କମିଶନର୍ ସୁରେଶ ମହାପତ୍ର। ଆଜି ପୂର୍ବାହ୍ଣରେ ଭବାନୀପାଟଣାରେ ପହଞ୍ଚିଥିଲେ ଓଡ଼ିଶା ପ୍ରଶାସନର ଏହି ଦୁଇ ତୁଙ୍ଗ ଭାରତୀୟ ପ୍ରାଶାସନିକ ସେବା ଅଧିକାରୀ। କଳାହାଣ୍ଡିରେ ଏଯାବତ୍ ୨ ଜଣ କରରୋନା ଆକ୍ରାନ୍ତ ଠାବ ହୋଇଛନ୍ତି। ଏଠାରେ ନିର୍ମାଣାଧୀନ ଡାକ୍ତରଖାନା ଖୁବ୍ ଶୀଘ୍ର କାର୍ଯ୍ୟକ୍ଷମ ହେବାକୁ ଥିବା ବେଳେ ଏହାର କାର୍ଯ୍ୟ ପ୍ରଗତି ଦେଖି ସନ୍ତୋଷ ପ୍ରକଟ କରିଛନ୍ତି ଦୁଇ ବରିଷ୍ଠ ଅଧିକାରୀ।
Comments are closed.