Odisha Link
Bridging the Missing Links in Odisha

ଢେଙ୍କାନାଳ, ତାଳଚେର ଗସ୍ତରେ ୫’ଟି’ ସଚିବ ଓ ଉନ୍ନୟନ କମିସନର

ଭୁବନେଶ୍ବର: ମହାମାରୀ କରୋନା ଭାଇରସର ମୁକାବିଲା କରିବା ପାଇଁ ରାଜ୍ୟ ସରକାର ରାଜ୍ୟ ବିଭିନ୍ନ ଅଞ୍ଚଳରେ କୋଭିଡ ହସ୍ପିଟାଲ ନିର୍ମାଣ କରୁଛନ୍ତି। ରାଜ୍ୟର ବିଭିନ୍ନ ସ୍ଥାନରେ ଗୋଟିଏ ପରେ ଗୋଟିଏ କୋଭିଡ୍‌-୧୯ ହସ୍ପିଟାଲ କାର୍ଯ୍ୟକ୍ଷମ ହେବାରେ ଲାଗିଛି। ରାଜଧାନୀ ଭୁବନେଶ୍ୱର ସମେତ କଟକ ଓ ବିଭିନ୍ନ ଜିଲ୍ଲା ସଦର ମହକୁମାରେ ସ୍ୱତନ୍ତ୍ର କୋଭିଡ-୧୯ ହସ୍ପିଟାଲ୍‌ କାର୍ଯ୍ୟକ୍ଷମ ହେବାରେ ଲାଗିଛି।

ଅପରପକ୍ଷେ ଠିକ୍ ଭାବେ ପରିଚାଳିତ ଓ ସୁରୁଖୁରୁରେ କାର୍ଯ୍ୟ ହେଉଛି କି ନାହିଁ ତାହା ତଦାରଖ କରୁଛନ୍ତି ୫ଟି ସଚିବ ଭି.କେ.ପାଣ୍ଡିଆନ୍। ସେନେଇ ଆଜି ଢ଼େଙ୍କାନାଳ ଓ ତାଳଚେର ଗସ୍ତରେ ଯାଇଛନ୍ତି ୫ଟି ସଚିବ। ତାଙ୍କ ସହ ଉନ୍ନୟନ କମିସନର ସୁରେଶ ମହାପାତ୍ର ମଧ୍ୟ ଅଛନ୍ତି। ଢ଼େଙ୍କାନାଳରେ କୋଭିଡ଼ ହସ୍ପିଟାଲ ପରିଦର୍ଶନ କରିବା ସହ ସେଠାକାର ଜିଲ୍ଲାପାଳ ଓ ସିଡ଼ିଏମଓଙ୍କ ସହ ଆଲୋଚନା କରିଛନ୍ତି। ସେହିପରି ତାଳଚେରରେ ୧୫୦ ଶଯ୍ୟା ବିଶିଷ୍ଟ କୋଭିଡ଼-୧୯ ହସ୍ପିଟାଲର ସ୍ଥିତି ମଧ୍ୟ ଯାଞ୍ଚ କରିଛନ୍ତି।

Comments are closed.