Odisha Link
Bridging the Missing Links in Odisha

ଭୁବନେଶ୍ବରରେ ସାମ୍ପଲ ଟେଷ୍ଟ ବୃଦ୍ଧି କରାଯିବ: ଅସିତ୍‌ ତ୍ରିପାଠୀ

ଭୁବନେଶ୍ବର: ମହାମାରୀ କରୋନାର ମୁକାବିଲା କରିବା ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେଦ ନେଉଛନ୍ତି। ଅପରପକ୍ଷେ ଆଜି ରାଜ୍ୟରେ କରୋନା ସ୍ଥିତି ନେଇ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ବତ୍ତର୍ମାନ ସୁଦ୍ଧା ୭୫୭୭ଜଣଙ୍କ ନମୁନା ପରୀକ୍ଷା କରାଯାଇ ସାରିଛି। ସେଥିମଧ୍ୟରୁ ଭୁବନେଶ୍ୱରରେ ୧୯୫୮ ପରୀକ୍ଷା କରାଯାଇଛି। ବର୍ତ୍ତମାନ ୭ଟି ଲାବରୋଟୋରିରେ ପରୀକ୍ଷା ଚାଲିଛି ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି।

ଏଥିସହିତ ଭୁବନେଶ୍ୱର ଏକ ହଟସ୍ପଟ ବୋଲି ସେ କହିଛନ୍ତି। ତେଣୁ କରୋନା ପାଇଁ ଭୁବନେଶ୍ୱର ଲାଗି ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଭୁବନେଶ୍ୱରରେ ଟେଷ୍ଟିଂ ବଢ଼ାଇବାକୁ ଲକ୍ଷ୍ୟ ରଖାଯାଇଛି। ଭୁବନେଶ୍ୱରରେ ଟେଷ୍ଟିଂ ପାଇଁ କ୍ୟାମ୍ପ କରାଯିବାକୁ ଯୋଜନା କରାଯାଇଛି। ଭ୍ରାମ୍ୟମାଣ ମୋବାଇଲ୍ କ୍ୟାମ୍ପ ମଧ୍ୟ ଭୁବନେଶ୍ୱରରେ ଚାଲିବ। ୭ଦିନ ଭିତରେ ଆମେ ୫ହଜାର ଯାଏଁ ଟେଷ୍ଟିଂ ବୃଦ୍ଧି କରିବା ନେଇ ଲକ୍ଷ୍ୟ ରଖାଯାଇଛି। ଯେଉଁମାନଙ୍କ ଗସ୍ତ ବିବରଣୀ ଅନ୍ୟ ରାଜ୍ୟ ଓ ବିଦେଶକୁ ରହିଛି ସେମାନେ ଟେଷ୍ଟିଂ କରିବେ। ସ୍ୱାସ୍ଥ୍ୟ କର୍ମୀମାନଙ୍କ ମଧ୍ୟ ଟେଷ୍ଟିଂ କରାଯିବାକୁ ଗୁରୁତ୍ୱ ଦିଆଯାଇଛି। ବୟସ୍କ ବ୍ୟକ୍ତିଙ୍କର ଟେଷ୍ଟିଂ ଉପରେ ଗୁରୁତ୍ୱ ଦିଆଯିବ। ଲୋକମାନଙ୍କ ସହଯୋଗ କାମନା କରି ସେ କହିଛନ୍ତି ଯେ ଆପଣଙ୍କୁ ଟେଷ୍ଟ କ୍ୟାମ୍ପକୁ ଆସିବାକୁ ପଡ଼ିବି।

ଭୁବନେଶ୍ୱର ପାଇଁ ସରକାର ସ୍ୱତନ୍ତ୍ର ଷ୍ଟ୍ରାଟେଜି କରାଯାଇଛି। ସର୍ବସାଧାରଣରେ ଛେପ ପକାଇବା ଅପରାଧ। ଯଦି ଏହି ନିୟମକୁ ଯିଏ ଉଲ୍ଲଙ୍ଘନ କରିବେ ତେବେ ସେମାନେ ଅର୍ଥଦଣ୍ଡ ଦେବାକୁ ପଡ଼ିବ। ଅତିରିକ୍ତ ତହସିଲଦାର୍, ୱାର୍ଡ଼ ଅଫିସର ଓ ପୋଲିସଅଧିକାରୀ ଏହି ଦଣ୍ଡବିଧାନ ଦାୟିତ୍ୱ ଦିଆଯାଇଛି ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି।

ସୂଚନାଥାଉକି ବର୍ତ୍ତମାନ ସୁଦ୍ଧା ଭୁବନେଶ୍ୱରରେ ୪୬ ଜଣ କରୋନା ପଜଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୨ ଜଣ ସୁସ୍ଥ ହୋଇଥିବା ବେଳେ ଏବଂ ଜଣଙ୍କର ମୃତ୍ୟୁ ହୋଇଛି।

Comments are closed.