Odisha Link
Bridging the Missing Links in Odisha

ଅର୍ଥନୀତି ସୁଧାରୁଛି ଆମେରିକା: ଟ୍ରମ୍ପଙ୍କ ବିଶେଷଜ୍ଞ କମିଟିରେ ୬ ଭାରତୀୟ

ଓଏଲ୍‌ ବ୍ୟୁରୋ: କରୋନା ପ୍ରଭାବିତ ଆମେରିକାର ଅର୍ଥନୀତି ବ୍ୟାପକ ଭାବେ ପ୍ରଭାବିତ ହୋଇଥିବା ବେଳେ ଏବେ ଏହାର ସୁଧାର ପାଇଁ ଅଣ୍ଟା ଭିଡ଼ିଛି ଡ୍ବାଇଟ୍‌ ହାଉସ୍। ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ ଏଥିପାଇଁ ଏକ ୨୦୦ ଜଣିଆ ଉପଦେଷ୍ଠା ମଣ୍ଡଳୀ ଗଠନ କରିଛନ୍ତି ଯେଉଁଥିରେ ପ୍ରାୟ ୨୦୦ ଜଣ ଆମେରିକୀୟ କର୍ପୋରେଟ୍‌ ଲିଡର୍ସ ଅଛନ୍ତି। ଫେସ୍‌ବୁକର ମାର୍କ ଜୁକରବର୍ଗ, ଆପଲ୍‌ର ଟିମ୍‌ କକ୍‌ ଓ ଓରାକଲ୍‌ର ଲାରି ଏଲିସନ୍‌ଙ୍କ ସମେତ ଏହି ମଣ୍ଡଳୀରେ ୬ ଜଣ ଭାରତୀୟ କର୍ପୋରେଟ୍‌ ଲିଡର ମଧ୍ୟ ଅଛନ୍ତି।

ଟ୍ରମ୍ପଙ୍କ ଅର୍ଥନୈତିକ ସୁଧାର ଦଳରେ ଥିବା ଭାରତୀୟମାନେ ହେଲେ ଟେକ୍‌ ଦଳରେ ଗୁଗୁଲ୍‌ ସିଇଓ ସୁନ୍ଦର ପିଚାଇ, ମାଇକ୍ରୋସଫ୍ଟ ସିଇଓ ସତ୍ୟ ନାଦାଲ ଓ ଆଇବିଏମ୍‌ର ଅରବିନ୍ଦ କ୍ରୀଷ୍ଣା, ମାଇକ୍ରନ୍‌ର ସଂଜୟ ମାଲହୋତ୍ରା, ମାନ୍ୟୁଫାକ୍ଚରିଂ ଗ୍ରୁପ୍‌ରେ ପେରନୋଡ୍‌ ରାଇକାର୍ଡର ଆନ୍‌ ମୁଖାର୍ଜୀ ଓ ଫାଇନାନ୍ସିଆଲ ସର୍ଭିସ୍‌ ଗ୍ରୁପ୍‌ରେ ମାଷ୍ଟରକର୍ଡର ଅଜୟ ବାଙ୍ଗା ଅଛନ୍ତି। ଏମାନେ ଯଥାକ୍ରମେ ପ୍ରଯୁକ୍ତି ବିଜ୍ଞାନ, ଉତ୍ପାଦନ ଓ ଅର୍ଥନୈତିକ ସେବା କ୍ଷେତ୍ରରେ ମାନ୍ଦାବସ୍ଥାର ସୁଧାର ପାଇଁ ଟ୍ରମ୍ପଙ୍କୁ ପରାମର୍ଶ ଦେବେ।

କୃଷି, ବ୍ୟାଙ୍କିଂ, ନିର୍ମାଣ, ପ୍ରତିରକ୍ଷା, ଶକ୍ତି, ଋଣସେବା, ଖାଦ୍ୟ ଓ ପାନୀୟ, ସ୍ବାସ୍ଥ୍ୟ, ହୋଟେଲ ସେବା, ଉତ୍ପାଦନ, ରିଅଲ ଇଷ୍ଟେଟ୍, ଘୁଚୁରା ବ୍ୟବସାୟ, ପ୍ରଯୁକତି, ଟେଲିକମ୍ୟୁନିକେସନ୍, ପରିବହନ, କ୍ରୀଡ଼ା ଓ ଚିନ୍ତନ ଆଦି କ୍ଷେତ୍ରର ୨୦୦ ପାଖାପାଖି ନେତୃସ୍ଥାନୀୟ ବ୍ୟକ୍ତିଙ୍କୁ ନେଇ ଭିନ୍ନ ଭିନ୍ନ ପରାମର୍ଶ ଗୋଷ୍ଠୀ ଗଠନ କରିଛନ୍ତି ଡୋନାଲ୍ଡ ଟ୍ରମ୍ପ। ଏମାନେ ନିଜ ନିଜ କ୍ଷେତ୍ରରେ ଆର୍ଥିକ ସୁଧାର ଆଣିବା ଲାଗି ରାଷ୍ଟ୍ରପତିଙ୍କୁ ପରାମର୍ଶ ପ୍ରଦାନ କରିବେ।

Comments are closed.