Odisha Link
Bridging the Missing Links in Odisha

ଦେଶରେ ସୁସ୍ଥ ହେଲେଣି ୨ ହଜାର କରୋନା ଆକ୍ରାନ୍ତ

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ ମହାମାରୀ କରୋନା କାୟା ବିସ୍ତାର କରିବାରେ ଲାଗିଛି। ଯାହା ଦେଶ ପାଇଁ ଚିନ୍ତାର ବିଷୟ ପାଲଟିଛି। ଏହା ମଧ୍ୟରେ ଭାରତ ପାଇଁ ଏକ ଭଲ ଖବର ଅଛି। କାରଣ ଭାରତରେ ଏପର୍ଯ୍ୟନ୍ତ ୩ୟ ଷ୍ଟେଜ୍‌ ପରିଲିକ୍ଷିତ ହୋଇନାହିଁ। ଏହାରି ମଧ୍ୟରେ ଦେଶ ପାଇଁ ସାମାନ୍ୟ ଆଶ୍ବସ୍ତି ଖବର ଆସିଛି। ସାରା ଦେଶରେ ୨ ହଜାର ଟପିଲା ଆରୋଗ୍ୟଙ୍କ ସଂଖ୍ୟା।

ଆଜି ସନ୍ଧ୍ୟା ୫ଟା ସୁଦ୍ଧା ଦେଶରେ ୧୪,୭୯୨ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ୪୮୮ ଜଣଙ୍କ ମୃତ୍ୟୁ ଘଟିଛି। ଅନ୍ୟପଟେ ୨୦୧୪ ଜଣ ଏହି ମହାମାରୀ କବଳରୁ ସୁସ୍ଥ ହୋଇ ଫେରିଛନ୍ତି। ଏନେଇ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ମହାମାରୀ କରୋନା ପାଇଁ ମହାରାଷ୍ଟ୍ରରେ ସ୍ଥିତି ଚିନ୍ତାଜନକ। ଏପରିକି କରୋନା ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟାରେ ଦେଶରେ ସବୁଠୁ ଆଗରେ ରହିଛି ମହାରାଷ୍ଟ୍ର। ଏହି ରାଜ୍ୟରେ ଆଜି ସନ୍ଧ୍ୟା ୫ଟା ସୁଦ୍ଧା ୩୩୨୩ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୨୦୧ ଜଣଙ୍କର ମୃତ୍ୟୁ ହେଲାଣି। ଅପରପକ୍ଷେ ୩୩୧ ଜଣ ସୁସ୍ଥ ହୋଇଛନ୍ତି।

ଦେଶର ପ୍ରମୁଖ ରାଜ୍ୟ ଗୁଡ଼ିକ ମଧ୍ୟରେ ମହାରାଷ୍ଟ୍ରରେ ୩୩୧, କେରଳରେ ୨୫୫, ତାମିଲନାଡୁରେ ୨୮୩, ତେଲେଙ୍ଗାନାରେ ୧୮୬, ରାଜସ୍ଥାନରେ ୧୮୩, ଗୁଜୁରାଟରେ ୮୮ ଏବଂ ଓଡ଼ିଶାରେ ୨୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ, କରୋନାକୁ ରୋକିବାକୁ ସରକାର ଅନେକ ପଦକ୍ଷେପ ନେଉଥିବା ପରେ ବି ମୃତକଙ୍କ ସଂଖ୍ୟା ବଢିଛି। ତେବେ ଭୂତାଣୁକୁ ରୋକିବାକୁ ହେଲେ ଘରେ ସତର୍କ ରହିବା ସହ ବାହାରକୁ ନବାହାରିବା ପାଇଁ ସରକାରଙ୍କ ପକ୍ଷରୁ ପରାମର୍ଶ ଦିଆଯାଉଛି। କେବଳ ଦେଶରେ ନୁହେଁ ବରଂ ସାରା ବିଶ୍ୱରେ ମୃତକଙ୍କ ସଂଖ୍ୟା ଓ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଏପରିକି କରୋନ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଁ ସାରା ଦେଶ ୩ ମେ’ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

Comments are closed.