Odisha Link
Bridging the Missing Links in Odisha

ସହରାଞ୍ଚଳ ଗରିବଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା

ଭୁବନେଶ୍ବର: ମହାମାରୀ କରୋନା ଭାଇରସ୍‌ର ମୁକାବିଲା କରିବା ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ଏହି ମହାମାରୀ ପାଇଁ କେବଳ ସ୍ବାସ୍ଥ୍ୟ ସମସ୍ୟା ଉପୁଜିଛି ତା ନୁହେଁ ଅର୍ଥନୈତିକ ଓ ସାମାଜିକ ସମସ୍ୟା ମଧ୍ୟ ସୃଷ୍ଟି ହୋଇଛି। ଏହାକୁ ନଜରରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଡ଼ ଘୋଷଣା କରିଛନ୍ତି।

ଏଭଳି ସମସ୍ୟାର ମୁକାବିଲା କରିବା ପାଇଁ ରାଜ୍ୟର ୧୧୪ଟି ପୌରାଞ୍ଚଳ ସହର ମାନଙ୍କରେ ରହୁଥିବା ଗରିବ ଲୋକଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୦୦କୋଟି ଟଙ୍କାର ଯୋଜନା ଘୋଷଣା କରିଛନ୍ତି। ଶ୍ରମଭିତ୍ତିକ କାର୍ଯ୍ୟ ପାଇଁ ୧୦୦କୋଟି ଟଙ୍କା ମଞ୍ଜୁର କରାଯାଇଛି।

ଏହା ଦ୍ୱାରା ସହରାଞ୍ଚଳର ୪ଲକ୍ଷ ୫୦ହଜାର ପରିବାର ଉପକୃତ ହେବେ। ଏହି ୧୦୦କୋଟି ଟଙ୍କା ରାଜ୍ୟ ସରକାର ମଞ୍ଜୁର କରିଛନ୍ତି। ସହରାଞ୍ଚଳ ଗରିବ ଲୋକମାନଙ୍କ ରୋଜଗାର ଦେବା ପାଇଁ ଅର୍ବାନ ୱେଜ୍ ଏମ୍ପ୍ଲୟମେଣ୍ଟ ଇନିସିଏଟିଭ୍ ନାମରେ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏନେଇ ଆଜି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

Comments are closed.