Odisha Link
Bridging the Missing Links in Odisha

କରୋନା: ନୌସେନାର ୨୧ କର୍ମଚାରୀ ଆକ୍ରାନ୍ତ

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ୍‌ କବଳରେ ଭାରତୀୟ ନୌସେନାର କର୍ମଚାରୀ। ଭାରତୀୟ ନୌସେନାର ମୋଟ୍ ୨୧ ଜଣ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏ ନେଇ ପ୍ରତିରକ୍ଷା ମନ୍ତ୍ରଣାଳୟ ତରଫରୁ ସୂଚନା ମିଳିଛି। ୨୧ ଜଣଙ୍କ ମଧ୍ୟରୁ ୨୦ ଜଣ ଇଣ୍ଡିଆନ୍ ନାଭାଲ ସିପ୍ ଆଙ୍ଗରେର। ଅନ୍ୟ ଜଣେ ଏପ୍ରିଲ ୭ରେ ଚିହ୍ନଟ ହୋଇଥିଲେ। ଏହି ଆକ୍ରାନ୍ତ ଜଣଙ୍କ ନୌସେନାର ନାବିକ।

ଏମାନେ ସମସ୍ତେ INS ଆଙ୍ଗରେରେ ରହୁଥିଲେ। କରୋନାରେ ଆକ୍ରାନ୍ତ ହେବା ପରେ ସମସ୍ତଙ୍କୁ ମୁମ୍ୱାଇର କୋଲାବାସ୍ଥିତ INHS ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସମ୍ପୃକ୍ତ ନୌସେନା କର୍ମଚାରୀମାନେ ‘ଆଇଏନ୍‌ଏସ୍‌ ଆଙ୍ଗ୍ରେ’ର ଆବାସିକ ସ୍ଥଳରେ ବସବାସ କରୁଥିଲେ। ‘ୱେଷ୍ଟର୍ଣ୍ଣ ନେଭାଲ୍ କମାଣ୍ଡ୍‌’ର ବିଭିନ୍ନ ଅଭିଯାନ ନିମନ୍ତେ ସମୁଦ୍ରକୂଳରେ ଥିବା ଏହି ଆବାସିକ ସ୍ଥଳ ଗୋଦାମ ଭାବେ କାର୍ଯ୍ୟ କରେ ଓ ପ୍ରଶାସନିକ ଦାୟିତ୍ବ ମଧ୍ୟ ତୁଲାଏ।

ଲକ୍‌ଡାଉନ୍ ସମୟରେ ନୌସେନାର ଏହି କର୍ମଚାରୀମାନେ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଡ଼ କରିବା ପାଇଁ ଆଖପାଖ ଅଞ୍ଚଳରେ ବୁଲାବୁଲି କରିବା କିମ୍ବା ସହର ମଧ୍ୟକୁ ଯାଇ ଆକ୍ରାନ୍ତ ହୋଇଥିବା ସନ୍ଦେହ କରାଯାଉଛି। ଏହି କର୍ମଚାରୀମାନଙ୍କ ସଂସ୍ପର୍ଶରେ ଆସିଥିବା ଲୋକମାନଙ୍କୁ ଚିହ୍ନଟ କରି ବାହାର କରିବାକୁ ବ୍ୟାପକ ଉଦ୍ୟମ ଆରମ୍ଭ ହୋଇଛି।

Comments are closed.