କରୋନା: ଭଦ୍ରକରୁ ଆଉ ୪ ଆକ୍ରାନ୍ତ ଚିହ୍ନଟ, ରାଜ୍ୟରେ ମୋଟ ୯୪

ଭୁବନେଶ୍ବର: ରାଜ୍ୟରେ ଆଉ ୪ଜଣ କରୋନା ପଜିଟିଭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତ ସଂଖ୍ୟା ୯୪ରେ ପହଁଞ୍ଚିଛି। ଆକ୍ରାନ୍ତ ୪ଜଣ ଭଦ୍ରକ ଜିଲ୍ଲାର ବୋଲି ସୂଚନା ରହିଛି। ଫଳରେ ଏହାକୁ ମିଶାଇ ଭଦ୍ରକ ଜିଲ୍ଲାରେ ୧୬ରେ ପହଁଞ୍ଚିଛି ଆକ୍ରାନ୍ତଙ୍କ ସଂଖ୍ୟା। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓ୍ବେସାଇଟରୁ ଏହି ତଥ୍ୟ ମିଳିଛି।
୪ ଆକ୍ରାନ୍ତ ଭଦ୍ରକର ତିହିଡ ଓ ଧାମନଗର ବ୍ଲକର। ୪ଜଣ ଆକ୍ରାନ୍ତଙ୍କ ବୟସ ଯଥାକ୍ରମେ, ୪୦, ୨୯, ୪୧, ୨୪ ବୟସ ଓ ସମସ୍ତେ ପୁରୁଷ। ସମସ୍ତ ଆକ୍ରାନ୍ତ ପଶ୍ଚିମବଙ୍ଗ ଫେରନ୍ତା ବୋଲି ସୂଚନା ଦେଇଛି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ।
2nd Health Update, 24th April, 2020
Four New Positive Cases in Bhadrak
40 Yrs Male, 29 Yrs Male, 41 Yrs Male & 24 Yrs Male
Two each from Tihidi and Dhamnagar Blocks.
(All West Bengal Returnees)
Contact tracing and followup action is being done.
Total Positive Cases: 94
— I & PR Department, Odisha (@IPR_Odisha) April 24, 2020
ରାଜ୍ୟରେ ଏଯାବତ୍ ୯୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମଧ୍ୟ୍ୟରୁ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଆଉ ୬୦ ଜଣ ଆକ୍ରାନ୍ତ ରାଜ୍ୟର ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।
ଆଜି ଦିନରେ ୫ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଗତକାଲି ରାଜ୍ୟରେ ୬ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ବିଗତ କିଛି ଦିନରେ ରାଜ୍ୟରେ କ୍ରମାଗତ ଭାବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଯାହା ରାଜ୍ୟ ସରକାରଙ୍କୁ ଚିନ୍ତାରେ ପକାଇଛି।
Comments are closed.