Odisha Link
Bridging the Missing Links in Odisha

କରୋନା ଭୂତାଣୁ ମାରିବ ନିକୋଟିନ୍: ଫ୍ରାନ୍ସ

ଫ୍ରାନ୍ସରେ ହୋଇଥିବା ଏକ ଗବେଷଣା ଅନୁସାରେ ନିକୋଟିନ୍‌ (ଧୂଆଁପତ୍ର) ଦ୍ବାରା କରୋନା ଭୂତାଣୁ ସଂକ୍ରମଣ ବନ୍ଦ କରିହେବ ବୋଲି ସେଠାକାର ଗବେଷକମାନେ ଦାବି କରିଛନ୍ତି। ତେବେ କରୋନା ଭୂତାଣୁ ଦ୍ବାରା ଆକ୍ରାନ୍ତ ହୋଇ ସାରିଥିବା ବ୍ୟକ୍ତିଙ୍କୁ ନିକୋଟିନ୍‌ ମାଧ୍ୟମରେ ଚିକିତ୍ସା କରାଯାଇ ପାରିବ କି ନାହିଁ ଜାଣିବା ପାଇଁ ଅଧିକ ଗବେଷଣା ଜାରି ରହିଛି।

ପ୍ୟାରିସ୍‌ର ଏକ ଡାକ୍ତରଖାନାରେ ୩୪୩ ଜଣ କରୋନା ଆକ୍ରାନ୍ତଙ୍କ ଠାରେ ଏହି ପରୀକ୍ଷା କରାଯାଇଛି। ଫ୍ରାନ୍ସରେ ୩୫% ବ୍ୟକ୍ତି ଧୂଆ ଟାଣୁଥିବା ବେଳେ ଏହି ଆକ୍ରାନ୍ତଙ୍କ ମଧ୍ୟରେ ମାତ୍ର ୫% ଧୂଆଟଣା ଲୋକ ଅଛନ୍ତି। ଧୂଆଁ ଟାଣୁଥିବା ଲୋକଙ୍କୁ ସହଜରେ କରୋନା ଭୂତାଣୁ ଆକ୍ରାନ୍ତ କରୁନାହିଁ ବୋଲି ଗବେଷକମାନେ ଦାବି କରିଛନ୍ତି।

ମାର୍ଚ୍ଚ ମାସରେ ନ୍ୟୁ ଇଂଲାଣ୍ଡ ଜର୍ଣାଲରେ ପ୍ରକାଶିତ ଅନ୍ୟ ଏକ ରିପୋର୍ଟରେ ମଧ୍ୟ ଏଭଳି ଦାବି କରାଯାଇଥିଲା। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଅନୁସାରେ ଚୀନରେ ୨୬% ବ୍ୟକ୍ତି ଧୂଆଁ ଟାଣୁଥିବା ବେଳେ ସେଠାରେ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଏଭଳି ମାତ୍ର ୧୨.୬% ଲୋକ ଥିଲେ।

ଗବେଷକଙ୍କର ଯୁକ୍ତି ହେଉଛି- ନିକୋଟିନ୍‌ ସେଲ୍‌ ରିସେପ୍ଟର ଭାବେ କାମ କରେ ଏବଂ ଏହା ଦ୍ବାରା ଭୂତାଣୁକୁ ସେଲ୍‌ ଭିତରେ ପ୍ରବେଶ କରିବାରୁ ଅଟକାଇଥାଏ। ଫଳରେ ଶରୀରରେ ଏହି ଭୂତାଣୁ ସଂଚରିପାରେନାହିଁ।

ଫ୍ରାନ୍ସରେ ବୈଜ୍ଞାନିକମାନେ ଏବେ ରୋଗୀଙ୍କୁ ନିକୋଟିନ୍‌ ଚିକିତ୍ସା ପାଇଁ ସରକାରଙ୍କ ଅନୁମତି ଲୋଡ଼ିଛନ୍ତି। ଯଦି ଅନୁମତି ମିଳେ ତେବେ ଆକ୍ରାନ୍ତମାନଙ୍କୁ ନେଇ ନିକୋଯିନ୍‌ ଚିକିତ୍ସା ପରୀକ୍ଷା କରାଯିବ।

ବୈଧାନିକ ସତର୍କତା: ସିଗାରେଟ୍‌ ପିଇବା ସ୍ବାସ୍ଥ୍ୟ ପକ୍ଷେ କ୍ଷତିକାରକ। ଏଯାଏଁ ନିକୋଟିନ୍‌ ପରୀକ୍ଷା ନେଇ କୌଣସି ଜୂଡ଼ାନ୍ତ ନିଷ୍କର୍ଷ ଆସି ନଥିବାରୁ ଏହାକୁ ଔଷଧ ନ ଭାବିବାକୁ ପାଠକଙ୍କୁ ଅନୁରୋଧ।

Comments are closed.