Odisha Link
Bridging the Missing Links in Odisha

ଭୁବନେଶ୍ବରରେ ଖୋଲିବ ଦୋକାନ, କଣ ବନ୍ଦ ଓ କ’ଣ ଖୋଲା ଜାଣନ୍ତୁ

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ଦୋକାନ ଖୋଲିବାକୁ ଅନୁମତି ଦେଲା ବିଏମସି। କୋଭିଡ୍-୧୯ ବା ଲକ୍‌ଡାଉନ୍ କଟକଣା ଅନୁଯାୟୀ ନୂଆ ଗାଇଡଲାଇନ୍ ଜାରି କରିଛି ଭୁବନେଶ୍ୱର ମହାନଗର ନିଗମ। ଏପରିକି କେତେଟାରୁ କେତେବେଳ ଯାଏଁ ଦୋକାନ ଗୁଡ଼ିକ ଖୋଲା ରହିବ ସେନେଇ ପୂରା ବିଜ୍ଞପ୍ତି ଜାରି କରିଛି ବିଏମସି। ତେବେ ଜାଣନ୍ତୁ କ’ଣ ଖୋଲା ରହିବ ଏବଂ କ’ଣ ବନ୍ଦ ରହିବ?

ବନ୍ଦ ରହିବ:
ମାର୍କେଟ କମ୍ଲେକ୍ସ ଓ ମଲ୍ ବନ୍ଦ, ଜିମ୍, ବିୟୁଟି ପାର୍ଲର, ଗେମ୍ ପାର୍ଲର, ସେଲୁନ ମସାଜ, ପାର୍ଲର ବନ୍ଦ, ପାନ, ଚା’, କଫି ଷ୍ଟଲ, ଫାଷ୍ଟଫୁଡ୍ ବୁଥ୍, ଟିଫିନ୍, ଫଳରସ ଦୋକାନ ଗୁଡ଼ିକୁ ଅନୁମତି ନାହିଁ। ଦୋକାନ ଭିତରେ ୫ ଜଣରୁ ଅଧିକ ଗ୍ରାହକଙ୍କୁ ଅନୁମତି ନାହିଁ। ସାମାଜିକ ଦୂରତା ରକ୍ଷା କରିବା ଲାଗି ଦୋକାନୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଆଉ କର୍ମଚାରୀମାନେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ବୋଲି କଡ଼ା ନିର୍ଦ୍ଦେଶ ଦେଇଛି ବିଏମସି।

ଖୋଲା ରହିବ:
ଇଲୋକଟ୍ରୋନିକ୍ସ ଉପକରଣ ଦୋକାନ, ମୋଟର ଗ୍ୟାରେଜ୍ , ବ୍ୟଟେରୀ ଦୋକାନ, ମୋଟର ପାର୍ଟ୍ସ ଦୋକାନ ଖୋଲା ରହିବ। ସେହିପରି ପଞ୍ଜିକୃତ ହୋଇଥିବା ଗୋଟିକିଆ ଦୋକାନ, ଜନବସତି ନିକଟରେ ଥିବା ଦୋକାନ ଖୋଲା ରହିବ। ଟାୟାର ଦୋକାନ, ଲୁବ୍ରିକାଣ୍ଟ ଦୋକାନ, ବହି ଦୋକାନ, ସିମେଣ୍ଟ, ଲୁହା ରଡ଼, ଚିପ୍ସ ଦୋକାନ, ଓମଫେଡ୍, ଓପୋଲପେଡ, ଚିଲିକା ଫ୍ରେସ୍, ଖୋଲା ରହିବ। ସକାଳ ୮ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏହିସବୁ ଦୋକାନ ଖୋଲା ରଖିବାକୁ ଅନୁମତି।

ଶିଳ୍ପ ଅନୁଷ୍ଠାନ, ବ୍ୟବସାୟ ସଂସ୍ଥାର ଅଫିସ୍, ବିଗ୍ ବଜାର, ୨୫ ପ୍ରତିଶତ କର୍ମଚାରୀ ସହ ଏସବୁ କାର୍ଯ୍ୟ କରିପାରିବେ। ଆଉ ଏଥିପାଇଁ କମିଶନରେଟ୍ ପୋଲିସର ନିକଟରୁ ମୁଖ୍ୟ ଅଫିସ୍ ଅନୁମତି ଆଣିବାକୁ ପଡ଼ିବ। ସେମାନଙ୍କ ସେବା ଯୋଗାଇ ପାରିବେ। ଏପରିକି ରେଷ୍ଟୁରାଣ୍ଟରୁ ପାର୍ସଲ ନେଇପାରିବେ ଆଉ ଅନଲାଇନରେ କେବଳ ଅତ୍ୟାବଶ୍ୟକୀୟ ସାମଗ୍ରୀ ମିଳିବ । ଆଉ ବିଏମସି ଅଧୀନ ଅଞ୍ଚଳରେ ନିର୍ମାଣ କାର୍ଯ୍ୟ ଜାରି ରହିବ। କିନ୍ତୁ ବାହାରୁ ଶ୍ରମିକ ଆଣିପାରିବେ ନାହିଁ।

Comments are closed.