Odisha Link
Bridging the Missing Links in Odisha

କରୋନା: ଯାଜପୁରରେ ପୁଣି ୧୪ ଆକ୍ରାନ୍ତ

ଭୁବନେଶ୍ବର: ଯାଜପୁରରେ ଆଉ ୧୪ ଜଣ ବ୍ୟକ୍ତିଙ୍କ ଠାରେ କୋଭିଡ୍‌ ପଜିଟିଭ୍‌ ମିଳିଛି। ଏହି ଜିଲ୍ଲାରେ ଆଜି ସକାଳୁ ୩ ଜଣ ରୋଗୀ ଚିହ୍ନଟ ହୋଇଥିଲେ। ଆଜି ଜିଲ୍ଲାରେ ୧୭ ଜଣ ଚିହ୍ନଟ ହୋଇଥିବା ବେଳେ ଯାଜପୁରରେ ମୋଟ ଅକ୍ରାନ୍ତଙ୍କ ସଂଖ୍ୟା ୩୬ରେ ପହଞ୍ଚିଛି। ସଂକ୍ରିୟ ରୋଗୀ ସଂଖ୍ୟାକୁ ଦୃଷ୍ଟିଦେଲେ ରାଜ୍ୟରେ ବର୍ତ୍ତମାନ ସର୍ବାଧିକ ବ୍ୟକ୍ତି ଯାଜପୁରରେ ହିଁ ଅଛନ୍ତି।

ଏବେ ମିଳିଥିବା ସମସ୍ତ ଆକ୍ରାନ୍ତ ଯାଜପୁର ଜିଲ୍ଲା କଟିକଟା ଅଞ୍ଚଳର। ପୁର୍ବରୁ ଏ ଅଞ୍ଚଳରେ ୬ ଜଣ ଆକ୍ରାନ୍‌ ବାହାରିବା ପରେ ଏହାକୁ ଆବଦ୍ଧାଞ୍ଚଳ ଘୋଷଣା କରାଯାଇଥିଲା।

ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୪୨ରେ ପହଞ୍ଚିଛି। ଜଣଙ୍କର ମ୍ୟତ୍ୟୁ ହୋଇଥିବା ବେଳେ ୩୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୧୦୨ ଜଣ ସକ୍ରିୟ ରୋଗୀ ଏବେ ରାଜ୍ୟର ବିଭିନ୍ନ କୋଭିଡ୍‌ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

Comments are closed.