Odisha Link
Bridging the Missing Links in Odisha

ଲକ୍‌ଡାଉନ୍‌ ପରେ ସକାଳ ୧୦ରୁ ସଂଧ୍ୟା ୬ ଯାଏଁ ଚାଲିବ ଭୁବନେଶ୍ବର ବିମାନବନ୍ଦର

ଭୁବନେଶ୍ବର: ଲକ୍‌ଡାଉନ୍‌ ହଟିବା ପରେ ଉଡ଼ାଣ କଟକଣା ଜାରି ରହିବ। ଭୁବନେଶ୍ବର ବିମାନବନ୍ଦର ଗୋଟିଏ ମାତ୍ର ଶିଫ୍ଟ (୮ ଘଣ୍ଟା) ଖୋଲା ରହିବ। ଅର୍ଥାତ୍‌ ସକାଳ ୧୦ ଠାରୁ ସଂଧ୍ୟା ୬ ପର୍ଯ୍ୟନ୍ତ ବିମାନବନ୍ଦର କାର୍ଯ୍ୟକ୍ଷମ ରହିବ ଓ ସେହି ସମୟ ଭିତରେ ବିମାନ ଚଳାଚଳ କରିବ ବୋଲି ଭୁବନେଶ୍ବର ବିମାନବନ୍ଦର ନିର୍ଦ୍ଦେଶକ ଭିଭି ରାଓ ସୂଚନା ଦେଇଛନ୍ତି।

ଭୁବନେଶ୍ବର ବିମାନବନ୍ଦର ପୂର୍ବରୁ ୩ ଶିଫ୍ଟ କାମ କରୁଥିବା ବେଳେ ଅନ୍ୟାଦେଶ ପର୍ଯ୍ୟନ୍ତ ବର୍ତ୍ତମାନ ପାଇଁ ଲକ୍‌ଡାଉନ୍‌ ପରବର୍ତ୍ତୀ ସମୟରେ କେବଳ ଗୋଟିଏ ଶିଫ୍ଟ ଖୋଲା ରହିବ।

Comments are closed.