Odisha Link
Bridging the Missing Links in Odisha

ଆଉ ୨ ସୁସ୍ଥ: ରାଜ୍ୟରେ ୧୦୦ କରୋନା ରୋଗୀ ସକ୍ରିୟ

ଭୁବନେଶ୍ବର: ରାଉରକେଲାରେ ଆଜି ଦୁଇ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏମାନଙ୍କୁ ମିଶାଇ ଏଯାବତ୍‌ ଓଡ଼ିଶାରେ ମୋଟ ୪୧ ଜଣ ସୁସ୍ଥ ହୋଇ ସାରିଲେଣି। ରାଜ୍ୟରେ ମୋଟ ୧୪୨ କୋଭିଡ୍‌ ପଜିଟିଭ୍‌ଙ୍କ ମଧ୍ୟରୁ ଜଣେ ମୃତ୍ୟୁବରଣ କରିଥିବା ବେଳେ ୧୦୦ ଜଣ ସକ୍ରିୟ ରୋଗୀ ଏବେ ବିଭିନ୍ନ କୋଭିଡ୍‌ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଆଜି ଯାଜପୁରରେ ୧୭ ଜଣ ନୂଆ କରୋନା ଆକ୍ରାନ୍ତ ଠାବ ହେବା ପରେ ସେ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୬ରେ ପହଞ୍ଚିଛି। ରାଜ୍ୟରେ ଏବେ ସର୍ବାଧିକ ସକ୍ରିୟ କରୋନା ରୋଗୀ ଯାଜପୁରରେ ଅଛନ୍ତି।

Comments are closed.