Odisha Link
Bridging the Missing Links in Odisha

ସାନିଟାଇଜର ପିଇଦେଲେ କରୋନା ଆକ୍ରାନ୍ତ, ଅବସ୍ଥା ସଙ୍କଟାପନ୍ନ

କାନପୁର: ଉତ୍ତରପ୍ରଦେଶରେ ଜଣେେ କରୋନା ଆକ୍ରାନ୍ତ ସାନିଟାଇଜର ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଡାକ୍ତରମାନେ ତାଙ୍କୁ କରୋନା ଚିକିତ୍ସା ସହ ବିଷାକ୍ତ ସାନିଟାଇଜରର ଚିକିତ୍ସା ବି କରୁଛନ୍ତି।

କାନପୁର ଦେହାତ ଅନ୍ତର୍ଗତ ସରସୁଆଲ ଆଇସୋଲେସନ୍‌ ସ୍ବାର୍ଡରେ ଏହି ଘଟଣା ଆଜି ଘଟିଛି। ତାଙ୍କୁ ଗୁରୁତର ଅବସ୍ଥାରେ କାନପୁରର ହାଲେତ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଯୁବକଙ୍କ ଘର ଝାଡ଼ଖଣ୍ଡରେ ଓ ୨ ଦିନ ତଳେ ପୁଲିସ ତାଙ୍କୁ ଧରିଥିଲା। ସେ ମହାରାଷ୍ଟ୍ରରେ କାମ କରୁଥିବା ବେଳେ ଉତ୍ତରପ୍ରଦେଶ କିଭଳି ଆସିଲେ ତାହା ଏଟାଏଁ ସନ୍ଦେହ ଘେରରେ ରହିଛି।

ଯୁବକଙ୍କର ଲକ୍ଷଣରେ ସନ୍ଦେହ ହେବାରୁ ତାଙ୍କର ନମୁନା ପରୀକ୍ଷଣ ପାଇଁ ପଠାଯାଇଥିଲା। ଆଜି ସକାଳେ ତାଙ୍କର କୋଭିଡ୍-୧୯ ରିପୋର୍ଟ ପଜିଟିଭ୍‌ ଆସିବା ପରେ ତାଙ୍କୁ ଆଇସୋଲେସନ୍‌ ଓ୍ବାର୍ଡରେ ଭର୍ତ୍ତି କରାଯାଇଥିଲା। ସେଠାରେ କିଛି ସମୟ ପରେ ସେ ସାନିଟାଇଜର ପିଇଦେଇଥିଲେ। ଅନ୍ୟ କୌଣସି ମାନସିକ ଚାପ ନା କରୋନା ଭୟରେ ସେ ଏଭଳି କାଣ୍ଡ କରିଛନ୍ତି ତାହା ଜଣାପଡ଼ିନାହି।

Comments are closed.