Odisha Link
Bridging the Missing Links in Odisha

ହ୍ୱାଇଟ୍ ହାଉସରେ ବେଦପାଠ

ଓ୍ବାଶିଂଟନ: ମହାମାରୀ କରୋନା ଭାଇରସ୍‌କୁ ନେଇ ସାରା ବିଶ୍ବ ଚିନ୍ତିତ। ଏହି ମହାମାରୀ କବଳରୁ ବର୍ତ୍ତୀ ପାରିନାହିଁ ବିଶ୍ବର ଶକ୍ତିଶାଳୀ ଦେଶ ଆମେରିକା। ମହାମାରୀ କରୋନା ଯୋଗୁଁ ଆମେରିକା ବେଶ ପ୍ରଭାବିତ ହୋଇଛି। ଏହାରି ମଧ୍ୟରେ ଆମେରିକା ପବିତ୍ର ବୈଦିକ ପାଠକୁ ମନେ ପକାଇଛି।

ଏହି ମହାମାରୀ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡ୍ରୋନାଲ୍ଡ ଟ୍ରମ୍ପ୍‌ ରାଷ୍ଟ୍ରୀୟ ସେବା ଦିବସ ଅବସରରେ ହ୍ବାଇଟ୍‌ ହାଉସରେ ସମସ୍ତଙ୍କ ସ୍ୱାସ୍ଥ୍ୟ, ନିରାପତ୍ତା ଏବଂ କଲ୍ୟାଣ ପାଇଁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ପ୍ରାର୍ଥନା ସଭାର ଆୟୋଜନ କରିଥିଲେ। ହ୍ବାଇଟ୍‌ ହାଉସର ରୋଜ ଗାର୍ଡେନରେ ଆୟୋଜିତ ସଭାରେ ଜଣେ ହିନ୍ଦୁ ପୂଜାରୀ ବୈଦିକ ରୀତିନୀତିରେ ବୈଦିକ ମନ୍ତ୍ର ଜପ କରିଥିଲେ।

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିମନ୍ତ୍ରଣ କ୍ରମେ ନ୍ୟୁ ଜର୍ସିର ବିଏପିଏସ୍‌ ସ୍ବାମିନାରାୟଣ ମନ୍ଦିରର ପୁରୋହିତ ହରିଶ ବ୍ରହ୍ମଭଟ୍ଟ ଏହି ଉତ୍ସବରେ ପ୍ରାର୍ଥନା କରିବା ପାଇଁ ଉପସ୍ଥିତ ଅନ୍ୟ ଧର୍ମର ନେତାମାନଙ୍କ ସହ ଯୋଗ ଦେଇଥିଲେ। ସେ କହିଛନ୍ତି ଯେ, କୋଭିଡ-୧୯ ପାଇଁ ସାମାଜିକ ଦୂରତା ଏବଂ ଲକଡାଉନ କରାଯାଇଛି। ଏହି କଷ୍ଟଦାୟକ ଅବସ୍ଥାରେ ଲୋକମାନେ ଅଶାନ୍ତ ଏବଂ ଅଶାନ୍ତି ଅନୁଭବ କରୁଛନ୍ତି। ଶାନ୍ତି ପାଠ ଏଭଳି ଏକ ପ୍ରାର୍ଥନା ଯେଉଁଥିରେ ଜଗତର ଖ୍ୟାତି, ସଫଳତା, ନାମ ଅନୁରୋଧ କରାଯାଏ ନାହିଁ।

ଶ୍ରୀ ବ୍ରହ୍ମଭଟ୍ଟ ସଂସ୍କୃତରେ ପ୍ରାର୍ଥନା ଆରମ୍ଭ କରିବା ପୂର୍ବରୁ ଏହା ଶାନ୍ତି ପାଇଁ ସୁନ୍ଦର ହିନ୍ଦୁ ପ୍ରାର୍ଥନା, ଯଜୁର୍ବେଦରୁ ନିଆଯାଇଥିବା ଏକ ବୈଦିକ ପ୍ରାର୍ଥନା ବୋଲି ସେ କହିଛନ୍ତି। ପରେ ସେ ପ୍ରାର୍ଥନାକୁ ଇଂରାଜୀରେ ଅନୁବାଦ କରିଥିଲେ। ବ୍ରହ୍ମଭଟ୍ଟ କହିଛନ୍ତି, ଏହି ପ୍ରାର୍ଥନା ସ୍ୱର୍ଗରେ ଶାନ୍ତି ବିଷୟରେ କହିଥାଏ ଏବଂ କହିଛି ଯେ ପୃଥିବୀ ଓ ଆକାଶରେ, ପାଣିରେ, ଗଛରେ, ଉଦ୍ଭିଦ ଉପରେ, ଫସଲରେ ଶାନ୍ତି ରହିବା ଉଚିତ୍। ଓମ୍ ଶାନ୍ତି, ଶାନ୍ତି, ଶାନ୍ତି।

ଶ୍ରୀ ବ୍ରହ୍ମଭଟ୍ଟଙ୍କ ପ୍ରାର୍ଥନା ପରେ ରାଷ୍ଟ୍ରପତି ଟ୍ରମ୍ପ୍‌ ତାଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ। ଏହାପରେ ଟ୍ରମ୍ପ କହିଥିଲେ ଯେ, ଆମେରିକା ବର୍ତ୍ତମାନ ମହାମାରୀ କରୋନା ବିରୋଦ୍ଧରେ ଏକ ଭୟଙ୍କର ଯୁଦ୍ଧ ଳଢ଼ୁଛି। ସେ ଆହୁରି କହିଥିଲେ ଯେ, ଯେତେବେଳେ ବି କୌଣସି ସଙ୍କଟ କିମ୍ବା ଚ୍ୟାଲେଞ୍ଜ ଆସେ, ତେବେ ଆମ ଲୋକମାନେ ବିଶ୍ୱାସ, ପ୍ରାର୍ଥନାର ଶକ୍ତି ଏବଂ ଅନନ୍ତ ମହିମା ଉପରେ ବିଶ୍ୱାସ କରନ୍ତି। ମୁଁ ସମସ୍ତ ଆମେରିକୀୟମାନଙ୍କୁ ହୃଦୟରୁ ପ୍ରାର୍ଥନା କରିବାକୁ ଅନୁରୋଧ କରୁଛି ବୋଲି ଟ୍ରମ୍ପ୍‌ କହିଥିଲେ।

Comments are closed.