Odisha Link
Bridging the Missing Links in Odisha

୨୦ ଲକ୍ଷ କୋଟିରୁ ୭ଟି ଶୂନ ଭୁଲିଗଲେ ସୀତାରମଣ

ଭୁବନେଶ୍ବର: ଗତକାଲି ଦେଶବାସୀଙ୍କ ପାଇଁ ପ୍ରଧାନମନନ୍ତ୍ରୀ ନରେନ୍ଦ୍ର ମୋଦି ୨୦ ଲକ୍ଷ କୋଟି ଟଙ୍କାର ପ୍ୟାକେଜ୍‌ ଘୋଷଣା କରିଥିଲେ। ତେବେ ଏ ନେଇ ଅତ୍ୟଧିକ ଉତ୍ସାହୀ ହୋଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଟୁଇଟ୍‌ କରିବା ବେଳେ ୭ଟି ଶୂନ ଛାଡ଼ି ଦେଇଥିଲେ। ଏହାକୁ ନେଇ ଟ୍ରୋଲ୍‌ ହେବା ପରେ ଅବଶ୍ୟ ନିଜର ତ୍ରୁଟି ସୁଧାରି ନେଇଥିଲେ ସୀତାରମଣ।

ମେଦି ୨୦ ଲକ୍ଷ କୋଟି ଟଙ୍କା ଘୋଷଣା କରିଥିବା ବେଳେ ଲେଖୁ ଲେଖୁ ସୀତାରମଣ କେବଳ ୨୦ ଲକ୍ଷ ଟଙ୍କା ବୋଲି ଲେଖିଦେଇଥିଲେ। ଅବଶ୍ୟ ଏ ତ୍ରୁଟି ଅନିଚ୍ଛାକୃତ ଥିଲା ଓ ଏହା ଏକ ଲିଖନଗତ ତ୍ରୁଟି (ଟାଇପୋ) ବୋଲି ପରେ ଉଲ୍ଲେଖ କରିଥିଲେ ସୀତାରମଣ।

ତେବେ ତ୍ରୁଟି ସୁଧାରିବା ପରେ ଅର୍ଥମନ୍ତ୍ରୀ ସୋସିଆଲ ମିଡିଆରେ ଅଧିକ ହଟହଟା ହୋଇଥିଲେ। କିଛି ଶୁଭେଚ୍ଛୁ ତାଙ୍କୁ ଟୁଇଟ୍‌ ଡିଲିଟ୍‌ କରି ପୁନର୍ବାର ଲେଖିବା ପାଇଁ ପରାମର୍ଶ ଦେଇଥିବା ବେଳେ ସମାଲୋଚକମାନେ ଟ୍ରୋଲ୍‌ କରିଥିଲେ।

Comments are closed.