ନିର୍ମଳାଙ୍କ ଋଣ ପେଡ଼ି: କୃଷି ଭିତ୍ତିଭୂମି ପାଇଁ ୧ ଲକ୍ଷ କୋଟି

ନୂଆଦିଲ୍ଲୀ: ଗତକାଲି ଭଳି ଆଜି ମଧ୍ୟ ଆତ୍ମନିର୍ଭର ଭାରତ ଆର୍ଥିକ ପ୍ୟାକେଜର ୩ୟ ପର୍ଯ୍ୟାୟ ଘୋଷଣା କରୁଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ସେ ଆଜି କୃଷି କ୍ଷେତ୍ର ଓ କୃଷକ ମାନଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି। କୃଷି କ୍ଷେତ୍ରକୁ ଅଧିକ ସୁଦୃଢ଼ କରିବା ପାଇଁ ୧ ଲକ୍ଷ କୋଟି ଟଙ୍କା ଘୋଷଣା କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ। ଏହା ଫଳରେ ଚାଷୀଙ୍କ ଆୟ ବୃଦ୍ଧି ପାଇବ ବୋଲି ସେ କହିଛନ୍ତି।
କ୍ଷୁଦ୍ର ଓ ମଧ୍ୟମ ଚାଷୀଙ୍କ ପାଖରେ ୮୫% ଜମି ରହିବ ବୋଲି ସୀତାରମଣ କହିଛନ୍ତି। ପ୍ରାକୃତିକ ବିପର୍ଯ୍ୟୟ ପରେ ବି କୃଷକଙ୍କ କାର୍ଯ୍ୟ ପ୍ରଶଂସନୀୟ ବୋଲି ସେ କହିଛନ୍ତି। ଭାରତ କ୍ଷୀର, ଝୋଟ ଓ ଡାଲିର ସବୁଠୁ ବଡ଼ ଉତ୍ପାଦକ ବୋଲି ସେ କହିଛନ୍ତି। କୃଷିକ୍ଷେତ୍ର ପାଇଁ ୧୧ଟି ପଦକ୍ଷେପ ନିଆଯିବ। ଫସଲ ବୀମା ଯୋଜନାରେ କୃଷକଙ୍କୁ ସୁବିଧା ମିଳିଛି।
ଲକ୍ଡାଉନ୍ ୭୪୩୦୦କୋଟିର କୃଷି ଉତ୍ପାଦ କ୍ରୟ ହୋଇଛି। ତାଲାବନ୍ଦରେ ଦୁଗ୍ଧର ଚାହିଦା ୨୦ରୁ ୨୫% କମିଛି ।ଗତ ୨ମାସର ଲକଡାଉନ କୃଷକଙ୍କ ପାଇଁ କେନ୍ଦ୍ର ସରକାରପଦକ୍ଷେପ ନେଇଛନ୍ତି। ସର୍ବନିମ୍ନ ସହାୟକ ମୂଲ୍ୟ ବାବଦରେ ୭୪ହଜାର ୩୦୦କୋଟି ଦିଆଯାଇଛି। ପିଏମ କିଷାନ କୃଷକଙ୍କ ଖାତାକୁ ୧୮ହଜାର ୭୦୦କୋଟି ପଠାଯାଇଛି। ପିଏମ ଫସଲ ବୀମା ବାବଦରେ ୬ହଜାର ୪୦୦କୋଟି ପ୍ରଦାନ କରାଯାଇଛି।
ପ୍ରାଥମିକ ସମବାୟ ସମିତି ଓ କୃଷକ ସମିତି ପାଇଁ ୧ଲକ୍ଷ କୋଟି ଟଙ୍କାର ସହାୟତା ଘୋଷଣା। ଏହି ରାଶି ଭିତ୍ତିଭୂମି ନିର୍ମାଣ କୃଷିଜାତ ଦ୍ରବ୍ୟ ସଂରକ୍ଷଣ ପାଇଁ ଖର୍ଚ୍ଚ ହେବ। ଏଇଥିସହିତ ଶୀତଳ ଭଣ୍ଡାର, ଗୋଦାମ ନିର୍ମାଣ ପାଇଁ ଏହି୧ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହେବ।
କୃଷି କ୍ଲଷ୍ଟର୍ ନିର୍ମାଣ ପାଇଁ ଖର୍ଚ୍ଚ ହେବ ୧୦ ହାଜାର କୋଟି। ବିଭିନ୍ନ ଅଞ୍ଚଳରେ ଉତ୍ପଦାନ ହେଉଥିବା ଦ୍ରବ୍ୟକୁ ନେଇ କ୍ଲଷ୍ଟର ନିର୍ମାଣ ହେବ। ତେଲେଙ୍ଗାନାରେ ହଳଦୀ ଓ ଆନ୍ଧ୍ରରେ ଲଙ୍କା, କାଶ୍ମୀରରେ କେଶର, କର୍ଣ୍ଣାଟକରେ ରାଗିକୁ ନେଇ ନିର୍ମାଣ କରାଯାଇପାରେ କ୍ଲଷ୍ଟର। ସ୍ଥାନୀୟ ଉତ୍ପାଦକୁ ଅଗ୍ରାଧିକାର ଦେବାକୁ ୧୦ ହଜାର କୋଟି ଅନୁଦାନ ଘୋଷଣା କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ।