Odisha Link
Bridging the Missing Links in Odisha

ରାଜ୍ୟରେ ୬୧ ନୂଆ କରୋନା ଆକ୍ରାନ୍ତ: ପୁରୀ, କେନ୍ଦ୍ରାପଡ଼ା, ନୟାଗଡ଼ରେ ବଢ଼ିଲା ସଂଖ୍ୟା

ଭୁବନେଶ୍ବର: ଆଜି ରାଜ୍ୟରେ ୬୧ ଜଣ ନୂଆ କରୋନା ଆକ୍ରାନ୍ତ ଠାବ ହୋଇଥିବା ବେଳେ ଅପେକ୍ଷାକୃତ କମ ସଂକ୍ରମିତ ଥିବା ନୟାଗଡ଼, ପୁରୀ ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଆଜିର ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ସଂଖ୍ୟା ୬୭୨ରେ ପହଞ୍ଚିଛି। ଆଜି ଠାବ ହୋଇଥିବା ୬୧ ଜଣଙ୍କ ମଧ୍ୟରୁ ୪୫ ଜଣ ହେଉଛନ୍ତି ଗୁଜରାଟ ଫେରନ୍ତା।

କେନ୍ଦ୍ରାପଡ଼ା ଜିଲ୍ଲାରେ ୧୩ ଜଣ, ନୟାଗଡ଼ରେ ୩ ଜଣ ଓ ପୁରୀରେ ୧୦ ଗୁଜରାଟ ଫେରନ୍ତା (ସୁରତ) କରୋନା ଆକ୍ରାନ୍ତ ହୋଇଛନ୍ତି। ଏଯାବତ୍‌ କେନ୍ଦ୍ରାପଡ଼ାରେ ମୋଟ ୨୨ ଜଣ ଆକ୍ରାନ୍ତ ହୋଇଥିବା ବେଳେ ପୁରୀରେ ସଂଖ୍ୟା ୧୪ ଓ ନୟାଗଡ଼ରେ ୪ରେ ପହଞ୍ଚିଛି।

ଗଞ୍ଜାମରେ ୧୨ ଜଣ ଓ ଯାଜପୁରରେ ୨ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏ ସମସ୍ତେ ହେଉଛନ୍ତି ଗୁଜରାଟ (ସୁରତ) ଫେରନ୍ତା। ଅନୁରୂପ ଭାବେ ସୁନ୍ଦରଗଡ଼, କଟକ ଓ ଦେଓଗଡ଼ରେ ଜଣେ ଲେଖାଏଁ ଗୁଜରାଟ (ଅହମଦାବାଦ) ଫେରନ୍ତା କରୋନା ଆକ୍ରାନ୍ତ ଠାବ ହୋଇଛନ୍ତି। ସେହିପରି ଆଜି ଭଦ୍ରକରେ ୬ ଜଣ ପଶ୍ଚିମବଙ୍ଗ ଫେରନ୍ତା କରୋନା ଆକ୍ରାନ୍ତ ହୋଇଛନ୍ତି। ବାଲେଶ୍ବରରେ ୧୨ ଜଣ ନୂଆ ଆକ୍ରାନ୍ତ ମିଳିଛନ୍ତି। ଏମାନଙ୍କ ମଧ୍ୟରେ ୭ ଜଣ ପଶ୍ଚିମବଙ୍ଗ, ୨ ଜଣ ଗୁଜରାଟ (ସୁରତ) ଓ ଜଣେ ମହାରାଷ୍ଟ୍ର ଫେରନ୍ତା ଅଛନ୍ତି। ବାଲେଶ୍ବରରେ ବାକି ଦୁଇଜଣ ସ୍ଥାନୀୟ ରୋଗୀ।

ଗଞ୍ଜାମରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୬୪, ବାଲେଶ୍ବରରେ ୧୦୨ ଓ ଗଞ୍ଜାମରେ ଯାଜପୁରରେ ପହଞ୍ଚିଛି। ମୋଟ ୨୧ ଜିଲ୍ଲାକୁ କରୋନା ବ୍ୟାପିଛି। କୋରାପୁଟ ଓ ଢେଙ୍କାନାଳ ଜିଲ୍ଲାରେ ସର୍ବନିମ୍ନ ଜଣେ ଲେଖାଏଁ ଆକ୍ରାନ୍ତ ଠାବ ହୋଇଥିବା ବେଳେ ଏମାନେ ସୁସ୍ଥ ହୋଇ ସାରିଛନ୍ତି। ସେହିପରି କଳାହାଣ୍ଡି ଓ ଝାରସୁଗୁଡ଼ାରେ ୨ ଜଣ ଲେଖାଏଁ ଠାବ ହୋଇଥିବା ବେଳେ ଏମାନେ ସୁସ୍ଥ ହୋଇ ସାରିଛନ୍ତି।

Comments are closed.