Odisha Link
Bridging the Missing Links in Odisha

ରାଜ୍ୟରେ ପ୍ରଥମ ଥର ପାଇଁ ସରପଞ୍ଚଙ୍କୁ କରୋନା

ଭୁବନେଶ୍ବର: ରାଜ୍ୟରେ ଆଜି ସକାଳୁ ସକାଳୁ ଆଉ ୯୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୮୨୮ରେ ପହଁଞ୍ଚିଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓ୍ବେବସାଇଟରୁ ଜଣାପଡ଼ିଛି।

ଆଜି ଚିହ୍ନଟ ହୋଇଥିବା ୯୧ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୮୭ ଜଣ ଆକ୍ରାନ୍ତ କ୍ବାରାଣ୍ଟିନ୍‌ ସେଣ୍ଟର ବା ସଙ୍ଗରୋଧ କେନ୍ଦ୍ରରେ ରହୁଥିଲେ। ଆଉ ୪ଜଣ ସ୍ଥାନୀୟ ଅଞ୍ଚଳର ଚିହ୍ନଟ ହୋଇଛନ୍ତି। ସେ ମଧ୍ୟରୁ ଜଣେ ସରପଞ୍ଜ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ପ୍ରଥମ ଥର ପାଇଁ ଜଣେ ସରପଞ୍ଚ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।

ଆଜି ଚିହ୍ନଟ ହୋଇଥିବା ୯୧ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ଭଦ୍ରକରୁ ୨୮ ଜଣ, ବାଲେଶ୍ବରରୁ ୧୭ ଜଣ, ଗଞ୍ଜାମରୁ ୧୫ ଜଣ, କଟକରୁ ୧୨ ଜଣ, ପୁରୀରୁ ୭ଜଣ, କେନ୍ଦୁଝରରୁ ୪ଜଣ, ଖୋର୍ଦ୍ଧାରରୁ ୩ଜଣ, ବଲାଙ୍ଗୀରରୁ ୨ଜଣ, ଏବଂ କେନ୍ଦ୍ରାପଡ଼ା, ସୁନ୍ଦରଗଡ଼ ଓ ସମ୍ବଲପୁରରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ପ୍ରଥମ ଥର ପାଇଁ ସମ୍ବଲପୁର ଜିଲ୍ଲାରେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ରାଜ୍ୟରେ ୨୨ଟି ଜିଲ୍ଲାକୁ କରୋନା ସଂକ୍ରମଣ ବ୍ୟାପିଛି।

ଏଥିସହିତ ଆଜି ୨ଜଣଙ୍କର ମୃତ୍ୟୁ ହୋଇଛି। ଫଳରେ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୫କୁ ବୃଦ୍ଧି ପାଇଛି। ରାଜ୍ୟରେ ବର୍ତ୍ତମାନ ୮୨୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମଧ୍ୟରୁ ୧୯୬ ଜଣ ସୁସ୍ଥ ହୋଇଥିବା ବେଳେ ୫ଜଣଙ୍କର ମୃତ୍ୟୁ ହୋଇଛି। ୬୨୭ ଜଣ ଆକ୍ରାନ୍ତ ରାଜ୍ୟର ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

Comments are closed.