Odisha Link
Bridging the Missing Links in Odisha

ଭଲ ଖବର: ଜୁନ ପହିଲାରୁ ଚାଲିବ ନନ୍-ଏସି ଟ୍ରେନ୍

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ୍‌ ବିରୋଧ ଲଢ଼େଇ ମଧ୍ୟରେ ଭଲ ଖବର। ଜୁନ୍‌ ୧ ତାରିଖରୁ ସାରା ଦେଶରେ ୨୦୦ଟି ନନ୍‌ ଏସି ଟ୍ରେନ୍‌ ଚଳାଚଳ ଆରମ୍ଭ କରିବ। ଏନେଇ ସୂଚନା ଦେଇଛନ୍ତି ରେଳ ମନ୍ତ୍ରୀ ପୀୟୁଷ ଗୋଏଲ।

ପ୍ରତିଦିନ ଦେଶରେ ୨୦୦ଟି ନନ୍‌ ଏସି ଟ୍ରେନ୍‌ ଚଳାଚଳ ହେବ। ଏବଂ ବହୁ ଶ୍ରୀଘ୍ର ଏହାର ପ୍ରକ୍ରିୟା ଆରମ୍ଭ ହେବ ବୋଲି ରେଳ ମନ୍ତ୍ରୀ କହିଛନ୍ତି। ଏଥିସହିତ ଖୁବ୍‌ଶୀଘ୍ର ଟ୍ରେନ୍‌ର ସମୟ ସାରଣୀ ଜଣାଇ ଦିଆଯିବ। ଏଣିକି କମ୍‌ ଅର୍ଥ ଖର୍ଚ୍ଚ କରି ଲୋକମାନେ ଘରକୁ ଯାଇପାରିବେ। ଖୁବଶୀଘ୍ର ଏନେଇ ଆରମ୍ଭ ହୋଇଯିବ ଅନଲାଇନ ବୁକିଂ ବୋଲି ରେଳ ମନ୍ତ୍ରୀ କହିଛନ୍ତି।

Comments are closed.