Odisha Link
Bridging the Missing Links in Odisha

ରାଜ୍ୟର ଅଧିକା˚ଶ ଜିଲ୍ଲାରେ ମଦ ହୋମ୍‌ ଡେଲିଭରି ଆରମ୍ଭ

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ଘୋଷଣା ପରେ ଗତକାଲି ରାଜ୍ୟର ଅଧିକାଂଶ ଜିଳ୍ଲାରେ ମଦର ଅନ୍‌ଲାଇନ୍‌ କାରବାର ଆରମ୍ଭ ହୋଇଛି। ଅପରପକ୍ଷେ ଆଜିଠାରୁ ପାଖାପାଖି ରାଜ୍ୟର ୨ ହଜାର ଅଫ୍‌ ଓ ଅନ୍‌ ସପ୍‌ ଖୋଲିବା ନେଇ ସୂଚନା ମିଳିଛି। କଟକ ଓ ଭୁବନେଶ୍ବରରେ ଏମଜିକ୍ୟୁ ଛାଡ଼ କରିବାକୁ ସ˚ଘର ଯେଉଁ ଦାବି ଥିଲା, ସେସବୁ ସମାଧାନ ହୋଇଯାଇଥିବା ବେଳେ ରାଜ୍ୟର ଅନ୍‌ଲାଇନ୍‌ ମଦ କାରବାର ଆରମ୍ଭ ହୋଇଛି।‌

ସୂଚନା ଅନୁଯାୟୀ,  ପ୍ରଥମ ଦିନରେ ରାଉରକେଲା, ଭବାନୀପାଟଣା, ନବରଙ୍ଗପୁର, ନୟାଗଡ଼, ବାଲେଶ୍ବର, ଢେଙ୍କାନାଳ, ପୁରୀ, ସମ୍ବଲପୁର ଇତ୍ୟାଦି ଜିଲ୍ଲାରେ ମଦର ହୋମ୍‌ ଡେଲିଭରି କରାଯାଇଛି। କଟକ ବାଦାମବାଡ଼ିର ଏକ ରେଷ୍ଟୁରାଣ୍ଟ୍‌ ଏବ˚ ସାଲେପୁରରେ ମଦ ହୋ୍‌ମ ଡେଲିଭରି ମାଧ୍ୟମରେ ବିକ୍ରି କରାଯାଇଛି। କଟକ ଓ ଭୁବନେଶ୍ବରରେ ମଦ ମାଲିକଙ୍କ ଏମଜିକ୍ୟୁ ଛାଡ଼ ପାଇଁ ଯେଉଁ ଦାବି ଉଠିଥିଲା, ସେ ସବୁ ଗତକାଲି ସମାଧାନ ହୋଇଯାଇଛି।

ଆଜିଠୁ ଓଡ଼ିଶାର ସମସ୍ତ ଜିଲ୍ଲାରେ ମଦ କାରବାର ଆରମ୍ଭ ହେବ। ଏମଜିକ୍ୟୁ ଛାଡ଼ କରିବାକୁ ଯେଉଁ ଦାବି କରାଯାଉଥିଲା ଉପଯୁକ୍ତ ଫୋରମରେ ଏ ସ˚କ୍ରାନ୍ତରେ ଆଲୋଚନା କରାଯିବ। ଜୋମାଟୋ ଏବ˚ ସ୍ବିଗିକୁ ଏନ୍‌ଓସି ଦିଆଯାଇଥିବା ବେଳେ ସେମାନେ ରିଟେଲର‌୍‌ଙ୍କ ସହିତ ଆଲୋଚନା କରି କାରବାର ଆରମ୍ଭ କରିବା ନେଇ ଅବକାରୀ କମିସନରଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି।

Comments are closed.