Odisha Link
Bridging the Missing Links in Odisha

ପଶ୍ଚିମବଙ୍ଗକୁ ୫୦୦ ଟନ୍‌ ପଲିଥିନ୍‌ ପଠାଇବ ଓଡ଼ିଶା

ଭୁବନେଶ୍ବର: ଅମ୍ପାନ୍‌ ଗ୍ରସ୍ତ ପଶ୍ଚିମବଙ୍ଗରେ ପୀଡ଼ିତଙ୍କୁ ଅସ୍ଥାୟୀ ଆଶ୍ରୟ ଯୋଗାଇବା ଲାଗି ସହଯୋଗର ହାତ ବଢ଼ାଇଛି ଓଡ଼ିଶା। ଓଡ଼ିଶା ସରକାରଙ୍କ ପକ୍ଷରୁ ୫୦୦ ମେଟ୍ରିକ୍‌ ଟନ୍‌ ପଲିଥିନ୍‌ ପଶ୍ଚିମବଙ୍ଗକୁ ପ୍ରେରଣ କରାଯିବ ବୋଲି ସ୍ବତନ୍ତ୍ର ରିଲିଫ୍‌ କମିଶନର ପ୍ରଦୀପ ଜେନା ସୂଚନା ଦେଇଛନ୍ତି।

ଆସନ୍ତାକାଲି ଅପରାହ୍ନରେ ପଲିଥିନ୍‌ ଧରି ଓଡ଼ିଶାରୁ ଟ୍ରକ୍‌ ପଶ୍ଚିମବଙ୍ଗ ଅଭିମୁଖେ ବାହାରିବ। ପ୍ରତି ପଲିଥିନ୍‌ ସିଟ୍‌ର ଆକାର ୨୦ ଫୁଟରେ ୨୦ ଫୁଟ ରହିଛି। ପୂର୍ବରୁ ଓଡ଼ିଶା ପକ୍ଷରୁ ୫୦୦ ଜଣିଆ ଓଡ୍ରାଫ୍‌ ଓ ଦମକଳ ବାହିନୀ ପଞ୍ଚିମବଙ୍ଗକୁ ପଠାଯାଇଛି।

Comments are closed.