Odisha Link
Bridging the Missing Links in Odisha

କରୋନା ସଂକ୍ରମଣ: ଆମେରିକା, ବ୍ରାଜିଲ୍‌ ପରେ ତୃତୀୟ ସ୍ଥାନରେ ଭାରତ

ନୂଆଦିଲ୍ଲୀ: କରୋନା ସଂକ୍ରମଣ କ୍ଷେତ୍ରରେ ବିଶ୍ବରେ ଭାରତର ସ୍ଥିତି ଦିନକୁ ଦିନ ଉଦ୍‌ବେଗଜନକ ହେବାରେ ଲାଗିଛି। ସଂକ୍ରମିତଙ୍କ ସଂଖ୍ୟା ଦୃଷ୍ଟିରୁ ଭାରତ ପୂର୍ବରୁ ୪ର୍ଥ ସ୍ଥାନରେ ଥିଲା। ଗତକାଲି ଦେଶରେ ପ୍ରାୟ ୨୩,୦୦୦ ନୂଆ ବ୍ୟକ୍ତିଙ୍କ ଠାରେ କରୋନା ଭୂତାଣୁ ମିଳିବା ପରେ ଭାରତ ତୃତୀୟ ସ୍ଥାନକୁ ଉଠିଛି। ରବିବାର ସୁଦ୍ଧା ଭାରତରେ ୬,୯୭,୮୩୬ ଜଣ ଆକ୍ରାନ୍ତ ହୋଇଛନ୍ତି।

ମହାରାଷ୍ଟ୍ରରେ ସର୍ବାଧିକ ୨,୦୬,୬୧୯ ଜଣ ଆକ୍ରାନ୍ତ ହୋଇଛନ୍ତି। ଦ୍ବିତୀୟ ସ୍ଥାନରେ ଥିବା ଦିଲ୍ଲୀରେ ୯୯,୪୪୪ ଜଣ ଆକ୍ରାନ୍ତ ହୋଇଚନ୍ତି। ଦେଶରେ ଏଯାବତ୍‌ ୧୯,୭୦୦ ଲୋକ କରୋନା ସଂକ୍ରମଣ ହେତୁ ମୃତ୍ୟୁବରଣ କରିଛନ୍ତି।

ବିଶ୍ବରେ ସମୁଦାୟ ୧,୧୫,୫୬,୬୮୧ ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୬୫,୩୧,୧୦୭ ଜଣ ସୁସ୍ଥ ହୋଇ ସାରିଥିବା ବେଳେ ୫,୩୬,୭୭୬ ଜଣଙ୍କର ମୃତ୍ୟୁ ହୋଇଛି।ଆମେରିକାରେ ସର୍ବାଧିକ ୨୯,୮୨,୩୮୧ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୧,୩୨,୫୬୮ ଜଣଙ୍କର ମୃତ୍ୟୁ ହୋଇଛି।ଦ୍ବିତୀୟ ସ୍ଥାନରେ ଥିବା ବ୍ରାଜିଲ୍ରେ ୧୬,୦୪,୫୮୫ ଜଣ ଆକ୍ରାନ୍ତ ହୋଇତିବା ବେଳେ ୬୪,୯୦୦ ଜଣଙ୍କ ମୃତ୍ୟୁ ହୋଇଛି। ତୃତୀୟ ସ୍ଥାନରେ ଥିବା ଭାରତରେ ୬,୯୭,୮୩୬ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୧୯,୭୦୦ ଜଣଙ୍କର ମୃତ୍ୟୁ ହୋଇଛି।

Comments are closed.