Odisha Link
Bridging the Missing Links in Odisha

ପୁରୀ: ଆଜିଠୁ ବାହାର ଜିଲ୍ଲାର ଲୋକଙ୍କ ପାଇଁ ସ୍ୱର୍ଗଦ୍ୱାର ମନା

ପୁରୀ: ମହାମାରୀ କରୋନା ଭାଇରସ୍‌ ରାଜ୍ୟରେ ଦିନକୁ ଦିନ କାୟା ବିସ୍ତାର କରିବାରେ ଲାଗିଛି। ଏହାକୁ ନଜରରେ ରଖି ପୁରୀ ଜିଲ୍ଲାପାଳ ନେଇଛନ୍ତି ବଡ଼ ନିଷ୍ପତ୍ତି। କରୋନା ସ୍ଥିତିକୁ ମୁକାବିଲା କରିବା ପାଇଁ ପୁରୀ ବ୍ୟତୀତ ଅନ୍ୟ ଜିଲ୍ଲାର ଲୋକଙ୍କ ପାଇଁ କାଲିଠୁ ସ୍ୱର୍ଗଦ୍ୱାର ମନା। ଆଜିଠାରୁ ପୁରୀ ସ୍ୱର୍ଗଦ୍ୱାରରେ ବାହାର ଜିଲ୍ଲାରୁ ଲୋକଙ୍କ ଶବଦାହ ଉପରେ କଟକଣା ଲାଗିଛି। ସମୁଦ୍ର କୂଳରେ ଅସ୍ଥି ବିସର୍ଜନ ନେଇ ମଧ୍ୟ କଟକଣା ଲାଗିଛି। ଏନେଇ ଜିଳ୍ଲାପାଳ ବଲୱନ୍ତ ସିଂ ସୂଚନା ଦେଇଛନ୍ତି। ଅନ୍ୟାଦେଶ ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ ବୋଲିି ସେ କହିିଛନ୍ତି।

ଏଥିସହିତ ଜିଲ୍ଲା ବାହାର ଲୋକ ସ୍ୱର୍ଗଦ୍ୱାରକୁ ମୃତଦେହ ନନେବା ପାଇଁ ପୁରୀ ଜିଲ୍ଲାପାଳ ଅପିଲ୍‌ କରିଛନ୍ତି। ସୂଚନାଥାଉକି ରାଜ୍ୟରେ ଜଟିଳ ସ୍ଥିତି ଆଡକୁ ଗତି କରୁଛି ମହାମାରୀ ‘କରୋନା’ ଏବେ ଭୟଙ୍କର। ବର୍ତ୍ତମାନ ସୁଦ୍ଧା ୧୦,୦୦୦ରୁ ଅଧିକ ଲୋକ ଆକ୍ରାନ୍ତ ହୋଇଛନ୍ତି। ୪୨ ଜଣଙ୍କ ମୁଣ୍ଡ ନେଲାଣି ‘କରୋନା’।

Comments are closed.