Odisha Link
Bridging the Missing Links in Odisha

କରୋନା କାଳରେ ପ୍ରଥମ ଟେଷ୍ଟ ଜିତିଲା ଓ୍ବେଷ୍ଟଇଣ୍ଡିଜ, ୧-୦ରେ ଆଗୁଆ

ସାଉଥହମ୍ପଟନ୍: ମହାମାରୀ କରୋନ ସଂକ୍ରମଣର ୧୧୭ ଦିନ ପରେ ହୋଇଥିବା ପ୍ରଥମ ଟେଷ୍ଟରେ ଘରୋଇ ଇଂଲଣ୍ଡକୁ ମାତ ଦେଲା ଭ୍ରମଣକାରୀ ଓ୍ବେଷ୍ଟଇଣ୍ଡିଜ ଦଳ। ଆୟୋଜକ ଇଂଲଣ୍ଡକୁ ୪ ୱିକେଟରେ ପରାସ୍ତ କରି ତିନିମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ୧-୦ରେ ଆଗୁଆ ହୋଇଛି ୱେଷ୍ଟଇଣ୍ଡିଜ୍। କରୋନା ମହାମାରୀ ଯୋଗୁ ବିନା ଦର୍ଶକରେ ଖେଳାଯାଉଥିବା ଏହି ମ୍ୟାଚରେ ଇଣ୍ଡିଜ୍ ସବୁ ବିଭାଗରେ ଦମ୍‌ଦାର ପ୍ରଦର୍ଶନ କରିଛି।

ଆଜି ମ୍ୟାଚର ଅନ୍ତିମ ଦିନରେ ଘରୋଇ ଟିମ୍ ଇଣ୍ଡିଜ୍ ଆଗରେ ୨୦୦ ରନର ଲକ୍ଷ୍ୟ ଧାର୍ଯ୍ୟ କରିଥିଲା। ଜବାବରେ ୱେଷ୍ଟଇଣ୍ଡିଜ୍ ୬ ୱିକେଟ୍‌ ହରାଇ ଏହି ଲକ୍ଷ୍ୟକୁ ହାସଲ କରି ଜବରଦସ୍ତ ବିଜୟଲାଭ କରିଛି। ଇଣ୍ଡିଜ୍ ପକ୍ଷରୁ ଜର୍ମେନ୍ ବ୍ଲାକଉଡ୍ ସର୍ବାଧିକ ୯୫ ରନର ମ୍ୟାଚ୍ ବିଜୟୀ ଇନିଂସ୍ ଖେଳିଛନ୍ତି।

ଇଂଲଣ୍ଡ ରବିବାର ସକାଳେ ଆଉ ୨୯ ରନ୍ ଯୋଡ଼ି ୨ୟ ଇନିଂସରେ ମୋଟ ୩୧୩ ରନ୍ କରି ଅଲଆଉଟ୍ ହୋଇଥିଲା। ଆର୍ଚର ୨୩ ରନ୍ ଓ ମାର୍କ ଉଡ୍ ୨ ରନ୍ କରି ଆଉଟ୍‌ ହୋଇଥିଲେ। ଇଣ୍ଡିଜ୍ ପକ୍ଷରୁ ଶାନନ୍ ଗାବ୍ରିଏଲ୍ ୫ଟି, ଚେଜ୍ ଓ ଅଲଜାରୀ ଜୋସେଫ୍ ୨ଟି ଲେଖାଏ ସଫଳତା ପାଇଥିଲେ। ପ୍ରଥମ ଟେଷ୍ଟରେ ଇଂଲଣ୍ଡ ପ୍ରଥମ ଇନିଂସରେ ୨୦୪ ରନ୍ କରିଥିବା ବେଳେ ଇଣ୍ଡିଜ୍ ୩୧୮ ରନ୍ କରି ୧୧୪ ରନର ଅଗ୍ରଣୀ ହାସଲ କରିଥିଲା।

Comments are closed.