Odisha Link
Bridging the Missing Links in Odisha

ରାତି ୨.୩୦ରେ କଂଗ୍ରେସର ପ୍ରେସ୍‌ ମିଟ୍, କହିଲା ୧୦୯ ଜଣ ବିଧାୟକଙ୍କ ଅଛି ସମର୍ଥନ

ଜୟପୁର: ରାଜସ୍ଥାନ ରାଜନୈତିରେ ହଟଚମଟ। ରାତି ଅଧିଆ ସାମ୍ବାଦିକ ସମ୍ମିଳନୀ କରିଲା କଂଗ୍ରେସ। ରାତି ୨ଟା ୩୦ ମିନିଟରେ ଏକ ସାମ୍ବାଦିକ ସମ୍ମଳିନୀ ଆୟୋଜିତ କରିଥିଲା କଂଗ୍ରେସ। ଏହି ସାମ୍ବାଦିକ ସମ୍ମିଳନୀରେ ଅବିନାଶ ପାଣ୍ଡେ, ରଣଦୀପ ସୁରଜେୱାଲା ଏବଂ ଅଜୟ ମାକେନ୍ ଉପସ୍ଥିତ ଥିଲେ। ଅବିନାଶ ପାଣ୍ଡେ କହିଛନ୍ତି ଯେ, ସୋନିଆ ଗାନ୍ଧୀଙ୍କଠାରୁ ନିର୍ଦ୍ଦେଶ ପାଇବା ପରେ ସେ ଜୟପୁରରେ ପହଞ୍ଚିଛନ୍ତି।

ଏଥିସହିତ ସେ ଆହୁରି କହିଛନ୍ତି ଯେ, ୧୦୯ ଜଣ ବିଧାୟକ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ ସମର୍ଥନ ପତ୍ର ପ୍ରଦାନ କରିଛନ୍ତି ଏବଂ କିଛି ବିଧାୟକ ଏପର୍ଯ୍ୟନ୍ତ ଯୋଗାଯୋଗରେ ଅଛନ୍ତି। ସମସ୍ତଙ୍କ ସହ ଆଜି ସକାଳେ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି ବୋଲି ସେ କହିଥିଲେ।

ଏଥିସହିତ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ନେତାମାନେ ସ୍ପଷ୍ଟ କରିଛନ୍ତି ଯେ, ଗତକାଲି ଜାରି କରାଯାଇଥିବା ହ୍ବିପ୍ ଆଜି ମଧ୍ୟ ଜାରି ରହିବ। ଏହି ସଭାରେ ଯେଉଁ ଦଳୀୟ ବିଧାୟକ ଉପସ୍ଥିତ ନରହିବେ ସେମାନଙ୍କ ବିରୋଦ୍ଧରେ କାର୍ଯ୍ୟୁନାଷ୍ଠାନ ଗ୍ରହଣ କରାଯିବ। ଏଥିସହିତ ତାଙ୍କ ଦଳର ସଦସ୍ୟତା ମଧ୍ୟ ବନ୍ଦ ରଦ୍ଦ କରାଯାଇପାରେ ବୋଲି ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି।

ରାଜ୍ୟ ରାଜନୀତିର ବର୍ତ୍ତମାନ ସ୍ଥିତିକୁ ଅନୁଧ୍ୟାନ କରି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଆଜି କଂଗ୍ରେସ ବିଧାୟକ ଦଳ ବୈଠକ ଡାକିଛନ୍ତି। ହେଲେ ସବୁଠାରୁ ବଡ଼ କଥା ହେଲା ଏହି ବୈଠକରେ ଉପ-ମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ଯୋଗ ଦେବେ ନାହିଁ। ବର୍ତ୍ତମାନ ଦିଲ୍ଲୀରେ ଥିବା ପାଇଲଟ୍‌ ଦାବି କରିଛନ୍ତି ଯେ, ତାଙ୍କ ସହିତ ୩୦ରୁ ଅଧିକ ବିିଧାୟକଙ୍କ ସମର୍ଥନ ରହିଛି।

Comments are closed.