Odisha Link
Bridging the Missing Links in Odisha

ଏନ୍‌କାଉଣ୍ଟର: ୨ ଆତଙ୍କୀ ନିହତ, ଜଣେ ଯବାନ ଆହତ

ଶ୍ରୀନଗର: ଶ୍ରୀନଗରରେ ଯବାନ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟରଏଥିରେ ୨ ଜଣ ଆତଙ୍କବାଦୀ ନିହତ ହୋଇଥିବା ବେଳେ ଜଣେ ଯବାନ ଆହତ ହୋଇଛନ୍ତି। ତାଙ୍କୁ ଚିକିତ୍ସା ପାଇଁ ସେନା ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଶ୍ରୀନଗରର ପାରିମ୍ପୋରାରେ କିଛି ଆତଙ୍କବାଦୀ ଲୁଚି ରହିଥିବା ନେଇ ସେନାକୁ ସୂଚନା ମିଳିଥିଲା। ଏହା ପରେ ଶ୍ରୀନଗର ପୁଲିସ, ସେନାର ୨୯ ରାଷ୍ଟ୍ରୀୟ ରାଇଫଲ୍ସ ଏବଂ ସିଆରପିଏଫର ମିଳିତ ଟିମ୍‌ ସମ୍ପୃକ୍ତ ଅଞ୍ଚଳକୁ ସିଲ୍‌ କରି ସର୍ଚ୍ଚ ଅପରେଶନ ଆରମ୍ଭ କରିଥିଲେ। ଏହି ସମୟରେ ଆତଙ୍କବାଦୀଙ୍କ ସହିତ ଯବାନଙ୍କ ଗୁଳିବିନିମୟ ଘଟିଥିଲା।

ଚଳିତ ମାସରେ ସେନା ପକ୍ଷରୁ ମୋଟ ୯ଟି ଏନ୍‌କାଉଣ୍ଟର ହୋଇଛି ସେଥିରେ ୧୯ ଜଣ ଆତଙ୍କବାଦୀଙ୍କର ମୃତ୍ୟୁ ହୋଇଛି।

Comments are closed.