Odisha Link
Bridging the Missing Links in Odisha

AIIMS ନଯାଇ ଘରୋଇ ହସ୍ପିଟାଲ କାହିଁକି ଗଲେ ଅମିତ ଶାହ: ଶଶି ଥରୁର

ନୂଆଦିଲ୍ଲୀ: “ସାଧାରଣ ଲୋକଙ୍କ ଆସ୍ଥା ଓ ବିଶ୍ବାସ ବଢ଼ାଇବା ପାଇଁ ପ୍ରଭାବଶାଳୀ ବ୍ୟକ୍ତିବିଶେଷ ସରକାରୀ ଅନୁଷ୍ଠାନଗୁଡ଼ିକୁ ପ୍ରୋତ୍ସାହିତ କରିବା କଥା।” କରୋନା ଆକ୍ରାନ୍ତ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କ ଚିକିତ୍ସା ବାବଦରେ ଆଜି ଏମିତି କହିଛନ୍ତି କଂଗ୍ରେସ ସାଂସଦ ଶଶି ଥରୁର। ଦିଲ୍ଲୀର ଏମ୍‌ସରେ ଚିକିତ୍ସିତ ନ ହୋଇ ପଡ଼େଶୀ ରାଜ୍ୟରେ ଥିବା ସହର ଗୁରୁଗ୍ରାମ ସହରର ଘରୋଇ ଡାକତରଖାନା ମେଦାନ୍ତରେ କାହିଁକି ଶାହ ଚିକିତ୍ସିତ ହେଉଛନ୍ତି ବୋଲି ଥରୁର ପ୍ରଶ୍ନ ଉଠାଇଛନ୍ତି।

ସରକାରୀ ଚିକିତ୍ସାଳୟ ଉଚ୍ଚମାନର କୋଭିଡ୍‌ ଚିକିତ୍ସା କରାଯାଉଥିବା ନେଇ ସରକାର ବାହାଦୁରୀ ମାରୁଥିବା ବେଳେ ଜନପ୍ରତିନିଧିମାନେ ଘରୋଇ ଡାକ୍ତଖାନାରେ ଚିକିତ୍ସିତ ହେବା ସରକାରଙ୍କ କଥା ଓ କାମ ଭିତରେ ସନ୍ଦେହର ସେତୁ ଠିଆ କରିଛି। କରୋନାରେ ଆକ୍ରାନ୍ତ କର୍ଣାଟକ ମୁଖ୍ୟମନ୍ତ୍ରି ବିଏସ୍‌ ୟେଦିୟୁରପ୍ପା ଓ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ଚୌହାନ ମଧ୍ୟ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।

ଅନ୍ୟପଟେ ଦିଲ୍ଲୀରେ ସବୁଠୁ ଭଲ କୋଭିଡ୍‌ ଚିକତ୍ସା ଓ ସୁବିଧ ମିଳୁଛି ବୋଲି ଦାବି କରୁଥିବା ଆପ୍‌ ସରକାରର ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ କରୋନା ଆକ୍ରାନ୍ତ ହୋଇ କିଛିଦିନ ତଳେ ଏକ ଘରୋଇ ହସ୍ପିଟାଲରେ ଚିକତ୍ସିତ ହେଉଥିଲେ ବୋଲି ବିଜେପି କହିଛି। ଏନେଇ ସ୍ପଷ୍ଟୀକରଣ ରଖିଛି ଆପ୍। ସତ୍ୟେନ୍ଦ୍ରଙ୍କୁ ପ୍ରଥମେ ସରକାରୀ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ତାଙ୍କର ଅବସ୍ଥା ଗୁରୁତର ଥିଲା ଓ ସେ ଭେଣ୍ଟିଲେଟରରେ ଥିଲେ। ତାଙ୍କର ପ୍ଲାଜ୍ମା ଚିକିତ୍ସା ଆବଶ୍ୟକ ପଡ଼ିବାରୁ ତାଙ୍କ ବିନା ଅନୁମତିରେ ପରିବାର ଲୋକ ସତ୍ୟେନ୍ଦ୍ରଙ୍କୁ ଘରୋଇ ଡାକ୍ତରଖାନା ନେଇଥିଲେ ବୋଲି ଆପ୍‌ ପକ୍ଷରୁ କହାଯାଇଛି। ସଂପୃକ୍ତ ସରକାରୀ ଡାକ୍ତରଖାନାରେ ପ୍ଲାଜ୍‌ମା ଚିକିତ୍ସା ଉପଲବ୍ଧ ନ ଥିବାରୁ ଏଭଳି କରାଯାଇଥିଲା।

Comments are closed.