Odisha Link
Bridging the Missing Links in Odisha

ଧର୍ମେନ୍ଦ୍ର ପ୍ରଧାନ କରୋନା ଆକ୍ରାନ୍ତ

ନୂଆଦିଲ୍ଲୀ: କେନ୍ଦ୍ର ପେଟ୍ରୋଲିଅମ୍‌ ଓ ଇସ୍ପାତ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏ ନେଇ ନିଜେ ଟୁଇଟ୍‌ କରି ଜଣାଇଛନ୍ତି ଧର୍ମେନ୍ଦ୍ର। ପଡ଼ୋଶୀ ଗୁରୁଗ୍ରାମରେ ଥିବା ମେଦାନ୍ତ ହସ୍ପିଟାଲରେ ସେ ଏବେ ଚିକିତ୍ସିତ ହେଉଛନ୍ତି।

କରୋନା ସଂକ୍ରମିତ ହେବାରେ ଧର୍ମେନ୍ଦ୍ର ହେଉଛନ୍ତି ଦ୍ବିତୀୟ କେନ୍ଦ୍ରମନ୍ତ୍ରୀ। ଦୁଇଦିନ ତଳେ ପୂର୍ବତନ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ କରୋନା ଆକ୍ରାନ୍ତ ହୋଇ ମେଦାନ୍ତ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

ଗତ ସପ୍ତାହରେ ଅମିତ ଶାହ ପ୍ରଧାନମନ୍ତ୍ରୀଙ୍କବାସଭବନରେ ଏକ କ୍ୟାବିନେଟ୍‌ ବୈଠକରେ ଭାଗ ନେଇଥିଲେ। ସେ କୋଭିଡ୍‌ ପଜିଟିଭ୍‌ ଜଣାପଡ଼ିବା ପରେ ଏଥିରେ ଉପସ୍ଥିତ ସମସ୍ତ ମନ୍ତ୍ରୀଙ୍କୁ କରୋନା ଲାଗି ନମୁନା ପରୀକ୍ଷଣ ପାଇଁ କହାଯାଇଥିଲା। ପରୀକ୍ଷାରେ ଧର୍ମେନ୍ଦ୍ରଙ୍କର ରିପୋର୍ଟ ପଜିଟିଭ୍‌ ଆସିଥିବା ବେଳେ ଜଳଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାଓ୍ବତଙ୍କ ରିପୋର୍ଟ ନେଗେଟିଭ୍‌ ଆସିଛି। ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ ନିଜେ ସଙ୍ଗରୋଧରେ ଅଛନ୍ତି।

Comments are closed.