ମନ୍ଦିର ଓ କଶ୍ମୀର ପ୍ରସଙ୍ଗରେ ପାକିସ୍ତାନ ଓ ଚୀନକୁ ଭାରତର କଡ଼ା ଜବାବ
ନୂଆଦିଲ୍ଲୀ: ଭବ୍ୟ ରାମମନ୍ଦିର ଭୂମି ପୂଜନ ଉତ୍ସବକୁ ନେଇ ପାକିସ୍ତାନ ଉଠାଇଲା ପ୍ରଶ୍ନ। ଏହାର ଜବାବ ରଖିଛି ଭାରତୀୟ ବୈଦଶିକ ମନ୍ତ୍ରଣାଳୟ। ରାମ ମନ୍ଦିର ଭୂମି ପୂଜନ ଉତ୍ସବକୁ କେନ୍ଦ୍ର କରି ଇମ୍ରାନ ଖାନଙ୍କ ମନ୍ତ୍ରୀ କହିଛନ୍ତି ଯେ, ବର୍ତ୍ତମାନ ହିନ୍ଦୁବାଦୀ ଶକ୍ତି ଭାରତ ଉପରେ ପ୍ରାଧାନ୍ୟ ବିସ୍ତାର କରିବାରେ ଲାଗିଛି ଏବଂ ଭାରତରେ ଆଉ ଧର୍ମନିରପେକ୍ଷତା ନାହିଁ। ଭାରତୀୟ ବୈଦଶିକ ମନ୍ତ୍ରଣାଳୟ ଏହାର ପାଲଟା ଜବାବ ରଖିଛି। ବୈଦଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ଗୋଟେ ଆତଙ୍କବାଦ ସମର୍ଥିତ ରାଷ୍ଟ୍ର ପକ୍ଷରୁ ଏହାହିଁ ଆଶା କରାଯାଇପାରେ। ଏଥିସହିତ ଚୀନ କଶ୍ମୀର ପ୍ରସଙ୍ଗରେ ୟୁଏନ୍ଏସ୍ସି ଯିବା ପ୍ରସଙ୍ଗରେ ଉତ୍ତର ରଖିଛି ବୈଦଶିକ ମନ୍ତ୍ରଣାଳୟ।
ପାକିସ୍ତାନକୁ କଡ଼ା ଜବାବ:
ପାକିସ୍ତାନ ମନ୍ତ୍ରୀଙ୍କ ବ୍ୟତୀତ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ବିବୃତ୍ତିରେ ମଧ୍ୟ କୁହାଯାଇଛି ଯେ, ଭାରତରେ ପ୍ରମୁଖତାବାଦ ବୃଦ୍ଧି ପାଉଛି ଏବଂ ସେଠାରେ ସଂଖ୍ୟାଲଘୁଙ୍କ ଉପରେ ଆକ୍ରମଣ ମଧ୍ୟ ବୃଦ୍ଧି ପାଉଛି। ଭାରତୀୟ ବୈଦଶିକ ମନ୍ତ୍ରଣାଳୟ ପକ୍ଷରୁ ପାକିସ୍ତାନର ଏହି ମନୋଭାବକୁ ଅତି ହାଲୁକା ଭାବେ ଗ୍ରହଣ କରି କୁହାଯାଇଛି ଯେ, ଗୋଟେ ଆତଙ୍କବାଦ ସମର୍ଥିତ ରାଷ୍ଟ୍ର ପକ୍ଷରୁ ଏହାହିଁ ଆଶା କରାଯାଇପାରେ। ଏଥିସହିତ ଭାରତର ଆଭ୍ୟନ୍ତରୀଣ ପ୍ରସଙ୍ଗରେ ଦୃଷ୍ଟି ନଦେବାକୁ ପାକିସ୍ତାନକୁ ପରାମର୍ଶ ଦେଇଛି ଭାରତ।
ଏଥିସହିତ ଭାରତ ପକ୍ଷରୁ କୁହାଯାଇଛି ଯେ, ଯେଉଁ ଦେଶରେ ସଂଖ୍ୟାଲଘୁ ସମ୍ପ୍ରଦାୟଙ୍କୁ ସେମାନଙ୍କର ଧାର୍ମିକ ଅଧିକାର ମଧ୍ୟ ଦିଆଯାଉ ନାହିଁ, ଯାହା ସୀମା ଆତଙ୍କବାଦକୁ ପ୍ରୋତ୍ସାହିତ କରେ ସେଭଳି ରାଷ୍ଟ୍ରର ଏଭଳି ମନ୍ତବ୍ୟ ଅତ୍ୟନ୍ତ ଲଜ୍ଜାଜନକ।
ଚୀନକୁ ଟାର୍ଗେଟ:
ଭାରତର ପଡ଼ୋଶୀ ରାଷ୍ଟ୍ର ଚୀନ୍ର ପୁଣିଥରେ ଅସଲ ଚେହେରା ଦେଖାଇଛି। ଚୀନ ୟୁଏନ୍ଏସ୍ସିରେ ପୁଣିଥରେ କଶ୍ମୀର ପ୍ରସଙ୍ଗ ଉଠାଇବାକୁ ଚେଷ୍ଟା କରିଛି। ଯାହାର ଉତ୍ତର ରଖିଛି ଭାରତୀୟ ବୈଦଶିକ ମନ୍ତ୍ରଣାଳୟ। ଭାରତ ପକ୍ଷରୁ କୁହାଯାଇଛି ଯେ, କଶ୍ମୀର ପ୍ରସଙ୍ଗରେ ଚୀନ୍ ହସ୍ତକ୍ଷେପ କରିବା ଉଚିତ୍ ନୁହେଁ, ଏହା ଭାରତର ଏକ ଆଭ୍ୟନ୍ତରୀଣ ପ୍ରସଙ୍ଗ।
ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ଭାରତର ଆଭ୍ୟନ୍ତରୀଣ ପ୍ରସଙ୍ଗରେ ପ୍ରଥମ ଥର ପାଇଁ ନୁହେଁ ବହୁବାର ୟୁଏନଏସସିରେ ଏଭଳି ପ୍ରସଙ୍ଗ ଉଠାଇବାର ଚେଷ୍ଟା କରିଛି। ଆମେ ଚୀନ୍ର ଏହି ପଦକ୍ଷେପକୁ ସମ୍ପୂର୍ଣ୍ଣ ରୂପେ ପ୍ରତ୍ୟାଖ୍ୟାନ କରିଛୁ।
Comments are closed.