Odisha Link
Bridging the Missing Links in Odisha

IPL-୨୦୨୦: ପ୍ରାୟୋଜକ ତାଲିକାରୁ ବାଦ ପଡ଼ିଲା VIVO

ନୂଆଦିଲ୍ଲୀ: ଚଳିତବର୍ଷ ଆଇପିଏଲ୍‌ ସଂସ୍କରଣରୁ ବାଦ ପଡ଼ିଲା ଚିନୀ କମ୍ପାନୀ ଭିଭୋ। ଭାରତ ଓ ଚୀନ ମଧ୍ୟରେ ଲାଗିରହିଥିବା ବିବାଦ ମଧ୍ୟରେ ଭାରତୀୟ କ୍ରିକେଟ ବୋର୍ଡ ଚୀନ କମ୍ପାନୀ ଭିଭୋକୁ ଚଳିତ ବର୍ଷ ଆଇପିଏଲ୍‌ ପ୍ରାୟୋଜକରୁ ବାଦ୍‌ ଦେଇଛି ବିସିସିଆଇ। ଏନେଇ ବିସିସିଆଇ ପକ୍ଷରୁ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇଛି। ତେବେ ଭିଭୋକୁ କେଉଁ କାରଣରୁ ହଟାଯାଇଛି ସେ ସମ୍ପର୍କରେ ବିସିସିଆଇ ପକ୍ଷରୁ କିଛି କୁହାଯାଇନାହିଁ।

ପ୍ରେସ୍‌ ବିଜ୍ଞପ୍ତି ଅନୁସାରେ ବିସିସିଆଇ ଏବଂ ଭିଭୋ ମୋବାଇଲ୍ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ୍ ୨୦୨୦ରେ ଇଣ୍ଡିଆନ୍ ପ୍ରିମିୟର ଲିଗ୍ ପାଇଁ ସହଭାଗିତା ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛି। ନୂଆ ପ୍ରାୟୋଜକ ପାଇଁ ବିସିସିଆଇ ଆସନ୍ତା ଦୁଇ ଦିନ ମଧ୍ୟରେ ଟେଣ୍ଡର ଡାକିବ।

ଗତ ୨୦୧୮ରୁ ଭିଭୋ ପ୍ରଥମଥର ପାଇଁ ଆଇପିଏଲର ପ୍ରାୟୋଜକ ହୋଇଥିଲା। ଏଥିପାଇଁ ଭିଭୋ ବିସିସିଆଇ ସହ ୫ ବର୍ଷ ପାଇଁ ୨୧୯୦ କୋଟି ଟଙ୍କାର ଚୁକ୍ତି କରିଥିଲା। ଅର୍ଥାତ ଭିଭୋ ବିସିସିଆଇକୁ ବର୍ଷକୁ ୪୪୦ କୋଟି ଟଙ୍କା ପ୍ରଦାନ କରୁଥିଲା। ସୀମାରେ ଚୀନ ସେନାର ଅନୁପ୍ରବେଶ ପରେ ଭାରତ ସରକାର ଚୀନ ସହ ନିଜର ବାଣିଜ୍ୟିକ ସଂପର୍କକୁ ଯଥାସମ୍ଭବ ହ୍ରାସ କରୁଛନ୍ତି। ଲେକମାନଙ୍କ ମଧ୍ୟରେ ମଧ୍ୟ ଚୀନ ପ୍ରତି ପ୍ରବଳ ବିରୋଧ ରହିଛି। ଏହାକୁ ଦୃଷ୍ଟିରେ ରଖି ଆଇପିଏଲରୁ ଭିଭୋକୁ ହଟାଇବା ଲାଗି ବିଭିନ୍ନ ମହଲରୁ ଦାବି କରାଯାଉଥିଲା।

ସୂଚନାଥାଉକି, ଚଳିବର୍ଷ ଆଇପିଏଲ ଆସନ୍ତା ସେପ୍ଟେମ୍ବର ୧୯ରୁ ୟୁଏଇରେ ଖେଳାଯିବ। ଫାଇନାଲ ନଭେମ୍ବର ୧୦ରେ ଖେଳାଯିବ। ମ୍ୟାଚଗୁଡ଼ିକ ଭାରତୀୟ ସମୟ ସଂଧ୍ୟା ସାଢେ ୭ଟା ବେଳେ ଅନୁଷ୍ଠିତ ହେବ। ଏବର୍ଷ କରୋନା ଭାଇରସ ଯୋଗୁଁ ମାର୍ଚ୍ଚ ଏପ୍ରିଲରେ ଆଇପିଏଲ ଖେଳାଯାଇନଥିଲା।

Comments are closed.