Odisha Link
Bridging the Missing Links in Odisha

ଓଡ଼ିଶା ମୋ ପରିବାରର ନୂଆ ମାଇଲଖୁଣ୍ଟ: ଜୀବନ ବିନ୍ଦୁ କାର୍ଯ୍ୟକ୍ରମରେ ୧୪,୮୩୯ ୟୁନିଟ ରକ୍ତ ସଂଗ୍ରହ

ଭୁବନେଶ୍ବର: ‘ଓଡ଼ିଶା ମୋ ପରିବାର’ର ନୂଆ ମାଇଲ ଖୁଣ୍ଟ। ଓଡ଼ିଶା ମୋ ପରିବାର- ଜୀବନ ବିନ୍ଦୁ ପକ୍ଷରୁ ରାଜ୍ୟରେ ଯେଉଁ ସପ୍ତାହବ୍ୟାପୀ ରକ୍ତଦାନ ଚାଲିଥିଲା ସେଥିରେ ୧୪,୮୩୯ ୟୁନିଟ ରକ୍ତ ସଂଗ୍ରହ ହୋଇଛି। ଅଗଷ୍ଟ ୯ ତାରିଖ ରୁ ୧୫ ତାରିଖ ପର୍ଯ୍ୟନ୍ତ ଏକ ସପ୍ତାହ ଧରି ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କୋଭିଡ କଟକଣା ଭିତରେ ରାଜ୍ୟରେ ରକ୍ତର ସଂକଟକୁ ଦୂର କରିବାରେ ଏହା ସହାୟକ ହୋଇଛି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନକ୍ରମେ ୨୦୧୫ ମସିହାରୁ ପ୍ରତିବର୍ଷ ଏହି ସପ୍ତାହରେ ରକ୍ତଦାନ ଶିବିର ଅନୁଷ୍ଠିତ ହୁଏ। କଟକ ସହରରୁ ସର୍ବାଧିକ ୧୧୬୬ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା । ଗଞ୍ଜାମ ଭଳି ସମ୍ବେଦନଶୀଳ ଅଞ୍ଚଳରେ କୋଭିଡ ନିୟମ ଅନୁପାଳନ କରି ୩୫୪ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ କରି କହିଛନ୍ତି ଯେ, ଲୋକଙ୍କ ଜୀବନ ବଞ୍ଚେଇବାଠାରୁ ଅଧିକ ପୁଣ୍ୟ ଆଉ କିଛି ନାହିଁ। କୋଭିଡ ସଙ୍କଟରେ ରକ୍ତଦାନ ପରି ମହତ କାର୍ଯ୍ୟ କରିଥିବା ସମସ୍ତ ଯୁବଗୋଷ୍ଠୀଙ୍କୁ ମୋର ସାଧୁବାଦ। ଅଗଷ୍ଟ କ୍ରାନ୍ତି ଦିବସରୁ ସପ୍ତାହେବ୍ୟାପି ଆୟୋଜିତ ‘#JibanBindu’ କାର୍ଯ୍ୟକ୍ରମରୁ ୧୪,୮୩୯ ୟୁନିଟ ରକ୍ତ ସଂଗ୍ରହ କରି ‘ଓଡ଼ିଶା ମୋ ପରିବାର’ ନୂଆ ମାଇଲଖୁଣ୍ଟ ସ୍ଥାପନ କରିଛି।

 

Comments are closed.