Odisha Link
Bridging the Missing Links in Odisha

ଜିଡିପି ଉପରେ କରୋନା ମାଡ: ଅଭିବୃଦ୍ଧି ୨୩.୯% ହ୍ରାସ

ନୂଆଦିଲ୍ଲୀ: କରୋନା ମହାମାରୀରେ ଲକଡାଉନ ସଟଡାଉନ୍‌ କଟକଣା‌ ଦେଶର ଅର୍ଥନୀତି ବଡ଼ ଝଟକା ଦେଇଛି। ରେକର୍ଡ ତଳକୁ ଖସିଛି ଜିଡିପି ଦର। ଚଳିତ ଆର୍ଥିକ ବର୍ଷ ପ୍ରଥମ ତିନି ମାସ (ଏପ୍ରିଲ୍-ଜୁନ୍‌)ର ଅଭିବୃଦ୍ଧି ତଥ୍ୟରେ ଏହା ସ୍ପଷ୍ଟ ପ୍ରତିଫଳିତ ହୋଇଛି। ଏହି ତିନି ମାସରେ ଅଭିବୃଦ୍ଧି ୨୩.୯ ପ୍ରତିଶତ ହ୍ରାସ ପାଇଛି। ଗତ ୪୦ ବର୍ଷରେ ଏହା ହେଉଛି ଦେଶର ସର୍ବନିମ୍ନ ଜିଡିପି। ଲକଡାଉନ ପାଇଁ ବନ୍ଦ ରହିଥିବା ବିଭିନ୍ନ ଶିଳ୍ପ, ବ୍ୟବସାୟ ସଂସ୍ଥା, ଉତ୍ପାଦନ ସଂସ୍ଥାର ପ୍ରଭାବ ଦେଶର ଅର୍ଥନୈତିକ ସ୍ଥିତିକୁ ଗୁରୁତର ଭାବେ ପ୍ରଭାବିତ କରିଛି।

ହୋଟେଲ, ଟ୍ରାନ୍‌ସପୋର୍ଟ, ଏବଂ କମ୍ୟୁନିକେସନ କ୍ଷେତ୍ରରେ ବ୍ୟବସାୟ ୪୭ ପ୍ରତିଶତ ଖସିଥିବା ବେଳେ ଉତ୍ପାଦନ କ୍ଷେତ୍ର ୩୯. ୩ ପ୍ରତିଶତ ଖସିଛି। ସେହିପରି ନିର୍ମାଣ କ୍ଷେତ୍ର ୫୦ ଦଶମିକ ୩ ପ୍ରତିଶତ ମାଡ଼ ଖାଇଛି। ଖଣିକ୍ଷେତ୍ରରେ ୨୩ ଦଶମିକ ୩ ପ୍ରତିଶତ ହ୍ରାସ ପାଇଛି। କେବଳ କୃଷି କ୍ଷେତ୍ରରେ ୩ ଦଶମିକ ୪ ପ୍ରତିଶତ ବୃଦ୍ଧି ଘଟିଛି। ଅର୍ଥନୀତିକୁ ଲାଇନରେ ରଖିବା ପାଇଁ ରିଜର୍ଭ ବ୍ୟାଙ୍କ ଅନେକ ଗୁଡ଼ିଏ ପଦକ୍ଷେପ ନେଇଥିଲେ ବି ଅର୍ଥନୈତିକ ସ୍ଥିତି ଦୋହଲି ଯାଇଛି। ଚୀନକୁ ଛାଡ଼ିଦେଲେ ବିଶ୍ବର ବଡ଼ ବଡ଼ ଦେଶର ଜିଡିପି ମାଇନସ ସ୍ତରକୁ ଚାଲି ଆସିଛି।

Comments are closed.