ଖେଳନା ବନ୍ଧୁକ ଦେଖାଇ ରାଜଧାନୀରେ ବ୍ୟାଙ୍କ ଲୁଟ୍

ଭୁବନେଶ୍ବର: ସ୍ମାର୍ଟ ସିଟି ଭୁବନେଶ୍ବରରେ ଚୋରି, ଡକାୟତି ବଢ଼ିବାରେ ଲାଗିଛି। କରୋନା କାଳରେ ଅପରାଧର ପେଣ୍ଠସ୍ଥଳୀ ପାଲଟିଛି ଭୁବନେଶ୍ବର। ଆଜି ସନ୍ଧ୍ୟାରେ ଖେଳନା ବନ୍ଧୁକ ଦେଖାଇ ବ୍ୟାଙ୍କ ଲୁଟିଲେ ଦୁର୍ବୁତ୍ତ। ଭୁବନେଶ୍ୱରର ପଟିଆ ସ୍ଥିତ କଳାରାହାଙ୍ଗରେ ଇଣ୍ଡିଆନ ଓଭରସିଜ ବ୍ୟାଙ୍କରୁ ଟଙ୍କା ଲୁଟ୍ ହୋଇଥିବା ସୂଚନା ମିଳିଛି।
ଦୁର୍ବୃତ୍ତମାନେ ଖେଳନା ବନ୍ଧୁକ ଦେଖାଇ ୨.୭୮ ଲକ୍ଷ ଟଙ୍କା ବ୍ୟାଙ୍କରୁ ଲୁଟି ନେଇଛନ୍ତି। ବ୍ୟାଙ୍କରେ କେବଳ ୨ କର୍ମଚାରୀ ଥିଲା ବେଳେ ଧମକାଇ ଲୁଟିଥିବା ସୂଚନା ମିଳିଛି। ପୁଲିସ୍ ଘଟଣା ସ୍ଥଳରେ ପହଞ୍ଚି ସିସିଟିଭି ଫୁଟେଜ ଆଧାରରେ ତଦନ୍ତ ଆରମ୍ଭ କରିଛି।