Odisha Link
Bridging the Missing Links in Odisha

ହୀରା ଚୋରା ଚାଲାଣ, ୧୭୧ ଖଣ୍ଡ ହୀରା ଜବତ

ନୂଆପଡା: ସୀମାନ୍ତ ଅଞ୍ଚଳରେ ଦିନକୁ ଦିନ ବଢିଚାଲିଛି ହୀରା ଚୋରା କାରବାର। ଛତିଶଗଡ଼ ସିମାନ୍ତବର୍ତ୍ତୀ ସିନାପାଲି ବ୍ଲକ ଅଞ୍ଚଳରୁ ଜଣେ ଅସାଧୁ ହୀରା ବ୍ୟବସାୟୀଙ୍କ ଠାରୁ ୧୭୧ ଖଣ୍ଡ ହୀରା ଜବତ କରାଯାଇଛି। ଅସାଧୁ ହୀରା ବ୍ୟବସାୟୀ ନୁତନ ପଟେଲ ପାଖରୁ ୪ ଖଣ୍ଡ ବଡ ହୀରା ସହ ସମୁଦାୟ ୧୭୧ ଖଣ୍ଡ ହୀରା ଜବତ ହୋଇଛି। ଯାହାର ମୂଲ୍ୟ ୨୫ ଲକ୍ଷ ବୋଲି ଆକଳନ କରାଯାଇଛି।ବ୍ୟବସାୟୀ ନୁତନ ପଟେଲଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।

ସୁଚନାଯୋଗ୍ୟ, ସିନାପାଲି ସହର ଅଞ୍ଚଳରୁ ଦୁଇଜଣ ହୀରା ବେପାରୀ ବିକ୍ରି ଉଦ୍ଦେଶ୍ୟରେ ଛତିଶଗଡ଼ ଯାଉଥିଲେ। ଏହାର ଖବର ପାଇ ଗରିଆବନ୍ଧ ଏସ୍‌ପି ଭୋଜରାମ ପଟେଲଙ୍କ ନେତୃତ୍ବରେ ଏକ ଦଳ ଗଠନ କରିବା ସହ ସିମାନ୍ତବର୍ତ୍ତି କୁସୁମଜୋର ଗାଁ ନିକଟରେ ଜଗି ରହିଥିଲେ। ସିନାପାଲି ବ୍ଲକ ଗୋଡାଲ ଗ୍ରାମର ନୁତନ ପଟେଲ ଓ ସିନାପାଲି ସହରର ଅନ୍ୟ ଜଣେ ହୀରା ବ୍ୟବସାୟୀ ବାଇକ ଯୋଗେ ଯାଉଥିବା ବେଳେ ପୂର୍ବରୁ ଜଗି ରହିଥିବା ଛତିଶଗଡ଼ ପୋଲିସ ଜଣକୁ କାବୁ କରିବାରେ ସକ୍ଷମ ହୋଇଥିଲା। କିନ୍ତୁ ଅନ୍ୟ ଜଣେ କୌଶଳ କ୍ରମେ ସେଠାରୁ ଖସି ପଳାଇଛି। ପୂର୍ବରୁ ଗରିଆବନ୍ଧ ପୋଲିସ ଚଢାଉ କରି ବଜ୍ରକାପ୍ତା,ବାଘଛାଲ ଭଳି ମୂଲ୍ୟବାନ ସାମଗ୍ରୀ ଜବତ କରିଛି।ପୋଲିସ ତଦନ୍ତ ବେଳେ ପାଞ୍ଚମାସ ବିତରେ ୩୫୨ ଖଣ୍ଡ ହୀରା ଜବତ କରିଛି।

Comments are closed.