Odisha Link
Bridging the Missing Links in Odisha

ICC Ranking: ମଲାନ୍‌ ଶ୍ରେଷ୍ଠ ବ୍ୟାଟସ୍‌ମ୍ୟାନ୍, ଟପ୍-୧୦ରେ ୨ ଭାରତୀୟ ଖେଳାଳି

ନୂଆଦିଲ୍ଲୀ: ବୁଧବାର ପ୍ରକାଶ ପାଇଛି ଆଇସିସି ଟି-୨୦ ର‍୍ୟାଙ୍କିଙ୍ଗ୍। ସଦ୍ୟ ପ୍ରକାଶିତ ର‍୍ୟାଙ୍କିଙ୍ଗ୍‌ରେ ଟି-୨୦ ଫର୍ମାଟର ୧ ନମ୍ବର ବ୍ୟାଟସ୍‌ମ୍ୟାନ୍‌ ହେଲେ ଇଂଲଣ୍ଡର ଡେଭିଡ ମଲାନ୍। ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ମ୍ୟାଚରେ ଜବରଦସ୍ତ ଖେଳ ପ୍ରଦର୍ଶନ କରି ପାକିସ୍ତାନ ଦଳର ଅଧିନାୟକ ବାବାର ଆଜାମଙ୍କୁ ପଛରେ ପକାଇ ୧ ନମ୍ବର ସ୍ଥାନ ହାସଲ କରିଛନ୍ତି ମଲାନ୍।

ମହାମାରୀ କରୋନା ଭାଇରସ୍‌ କାରଣରୁ ୬ ମାସରୁ ଉର୍ଦ୍ଧ୍ବ ସମୟ ଅନ୍ତର୍ଜାତୀୟ ମ୍ୟାଚ ଖେଳିନଥିବା ଭାରତୀୟ ବ୍ୟାଟସ୍‌ମ୍ୟାନ୍‌ କେ ଏଲ୍‌ ରାହୁଲ ସତ୍ୟ ପ୍ରକାଶିତ ର‍୍ୟାଙ୍କିଙ୍ଗ ତାଲିକାରେ ୪ର୍ଥ ସ୍ଥାନରେ ଅଛନ୍ତି। ସେହିପରି ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ୯ ନମ୍ବର ସ୍ଥାନରେ ଅଛନ୍ତି।

୮୭୭ ପଏଣ୍ଟ ସହିତ ପ୍ରଥମ ସ୍ଥାନରେ ଇଂଲଣ୍ଡର ଡେଭିଡ ମଲାନ୍‌ ଥିବା ବେଳେ ୮୬୯ ପଏଣ୍ଟ ପାଇ ୨ୟରେ ପାକିସ୍ତାନର ବାବର ଆଜାମ ଅଛନ୍ତି। ସେହିପରି ୮୩୫ ପଏଣ୍ଟ ସହ ୩ୟ ସ୍ଥାନରେ ଆରୋନ୍‌ ଫିଞ୍ଚ୍। ୮୨୪ ପଏଣ୍ଟ ସହିତ ଭାରତର କେ ଏଏଲ୍‌ ରାହୁଲ ୪ର୍ଥ ସ୍ଥାନରେ , ୭୮୫ ପଏଣ୍ଟ ସହିତ ନ୍ୟୁଜିଲାଣ୍ଡର କୋଲିନ ମୁନରୋ ୫ମ ସ୍ଥାନରେ, ୬୯୬ ପଏଣ୍ଟ ସହିତ ଅଷ୍ଟ୍ରେଲିଆର ଗ୍ଲେନ୍‌ ମାକ୍ସଓ୍ବେଲ ଷଷ୍ଠ, ୬୭୬ ପଏଣ୍ଟ ସହ ଆଫଗାନିସ୍ଥାନର ହଜରତୁଲ୍ହା ଯାଜି ୭ମ, ୬୭୪ ପଏଣ୍ଟ ସହ ଓ୍ବେଷ୍ଟଇଣ୍ଡିଜର ଇଭିନ୍‌ ଲୁଇସ୍‌ ଅଷ୍ଟମ, ୬୭୩ ପଏଣ୍ଟ ସହିତ ଭାରତର ବିରାଟ କୋହଲି ନବମ, ୬୭୧ ପଏଣ୍ଟ ସହିତ ଇଂଲଣ୍ଡର ଇଅନ୍‌ ମୋର୍ଗାନ୍‌ ୧୦ ନମ୍ବର ସ୍ଥାନରେ ରହିଛନ୍ତି।

Comments are closed.