Odisha Link
Bridging the Missing Links in Odisha

ସୀମାରେ ସବୁ ସ୍ଥିତିର ମୁକାବିଲା ପାଇଁ ଭାରତ ପ୍ରସ୍ତୁତ: ରାଜନାଥ ସିଂହ

ନୂଆଦିଲ୍ଲୀ: ମୌସୁମୀ ଅଧିବେଶନର ଦ୍ବିତୀୟ ଦିନରେ ଲଦାଖରେ ଭାରତ-ଚୀନ ବିବାଦ ନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଜି ଲୋକସଭାରେ ବୟାନ ଦେଇଛନ୍ତି। ରାଜନାଥ ସିଂ କହିଛନ୍ତି ଆମେ ସୀମାରେ ଶାନ୍ତି ଚାହୁଁ। ଏପର୍ଯ୍ୟନ୍ତ ଚୀନ ଭାରତ ସୀମାରେ ବିବାଦ ସମାଧାନ ହୋଇ ନାହିଁ। ଲାଦାଖରେ ଆମ ସେନାଙ୍କ ମନୋବଳ ବୃଦ୍ଧି କରାଯାଇଛି। ଆମ ସୈନ୍ୟ ବଳିଦାନ ଦେଇଛନ୍ତି। ସୀମା ବିବାଦ ଏକ ଜଟିଳ ସମସ୍ୟା। ଏହାକୁ ଶାନ୍ତିପୂର୍ଣ୍ ଭାବେ ସମାଧାନ କରାଯିବା ଦରକାର।

ସେ ଆହୁରି ମଧ୍ୟ କହିଛନ୍ତି, ଏଲଏସିରେ ଚୀନ ସୈନ୍ୟ ସୀମା ଉଲ୍ଲଘଂନ କରିଥିଲେ। ଏଥିପାଇଁ ୬ ଜୁନରେ ବୁଝାମଣା ହୋଇଥିଲେ। ଉଭୟ ଦେଶ ଏହାକୁ ମାନିଥିଲେ ମାତ୍ର ଜୁନ ୧୫ ତାରିଖରେ ଚୀନ୍ ଏହାକୁ ଉଲ୍ଲଘଂନ କରିଥିଲା। ଏଥିପାଇଁ ଗଲୱାନରେ ହିଂସାକାଣ୍ଡ ହୋଇଥିଲା। ଆମେ ଚୀନର ଲକ୍ଷ୍ୟକୁ ସାକାର ହେବାକୁ ଦେବୁ ନାହିଁ।

ଏଲଏସିର ରୂପରେଖ ବଦଳାଇବା ଉଦ୍ଦେଶ୍ୟରେ ରହିଛି ଚୀନ। ଆମେ ସବୁ ପରିସ୍ଥିତିକୁ ସାମ୍ନା କରିବାକୁ ପ୍ରସ୍ତୁତ ଅଛୁ। ଆମ ସୈନ୍ୟ ଉପରେ ଆମେ ଗର୍ବ କରୁଛୁ। ସୈନ୍ୟ ସଫଳତାର ସହ ଏଭଳି ପରିସ୍ଥିତିକୁ ସାମ୍ନା କରିଛନ୍ତି। ଆମ ସୀମାକୁ ସୁରକ୍ଷା ମଧ୍ୟ ଦେଇଛନ୍ତି। ଗତ କିଛି ମାସ ଧରି ପୂର୍ବ ଲଦାଖରେ ଉତ୍ତେଜନା ଜାରି ରହିଛି। ଦୁଇଦେଶର ସେନା ବହୁଥର ମୁହାଁମୁହିଁ ହୋଇଛନ୍ତି। ଦୁଇଦେଶର ସୈନ୍ୟସ୍ତରୀୟ କଥାବାର୍ତା ପରେ ବି ସ୍ଥିତିରେ କୌଣସି ପରବିର୍ତନ ହେଉନାହିଁ। ସରକାର ଏ ନେଇ ବୟାନ ଦେବାକୁ ବିରୋଧୀ ବାରମ୍ବାର ଦାବି କରିଆସୁଥିଲେ। ଏହାକୁ ଦୃଷ୍ଟିରେ ରଖି ଆଜି ରାଜନାଥ ସିଂ ଲୋକସଭାରେ ବୟାନ ଦେଇଛନ୍ତି।

Comments are closed.