Odisha Link
Bridging the Missing Links in Odisha

ଓଡ଼ିଶାରେ କରୋନା ପଜିଟିଭ୍‌ ହାର ଜାତୀୟ ହାରଠୁ କମ୍‌ : ସ୍ବାସ୍ଥ୍ୟ ସଚିବ

ନୂଆଦିଲ୍ଲୀ: ଓଡ଼ିଶାରେ କରୋନା ପଜିଟିଭ୍‌ ହାର ଜାତୀୟ ହାରଠୁ କମ୍। ଏନେଇ ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ସଚିବ ରାକେଶ ଭୂଷଣ। ସୂଚନା ମୁତାବକ, ଦେଶରେ ୧୪ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ସକ୍ରିୟ ସଂଖ୍ୟା ୫ ହଜାରରୁ କମ୍‌ ରହିଛି। ୧୮ ଟି ରାଜ୍ୟରେ ସକ୍ରିୟ ସଂଖ୍ୟା ୫ରୁ ୫୦ ହଜାର ମଧ୍ୟରେ ରହିଛି। କେବଳ ୪ଟି ରାଜ୍ୟରେ ୫୦ ହଜାରରୁ ଅଧିକ ଆକ୍ଟିଭ୍‌ କେସ୍‌ ରହିଛି। ମୋଟ ସକ୍ରିୟ ସଂଖ୍ୟାର ୬୦ ପ୍ରତିଶତ ୫ ରାଜ୍ୟରେ ରହିଛନ୍ତି।

ସର୍ବାଧିକ ସକ୍ରିୟ ସଂଖ୍ୟା ୨୯.୫ ପ୍ରତିଶତ ମହାରାଷ୍ଟ୍ରରେ ରହିଛି। ମହାରାଷ୍ଟ୍ରରେ ଦୈନିକ ହାରାହାରି ୪୦୯ ଆକ୍ରାନ୍ତଙ୍କ ମୃତ୍ୟୁ ଘଟୁଛି। ଓଡ଼ିଶାରେ କରୋନା ପଜିଟିଭ୍‌ ହାର ଜାତୀୟ ହାରଠୁ କମ୍‌ ରହିଛି। ଓଡ଼ିଶା, ପଶ୍ଚିମବଙ୍ଗ, ଗୁଜୁରାଟରେ ପଜିଟିଭ ହାର ହାର ଜାତୀୟ ହାରଠୁ କମ୍‌ ରହିଛି। ଦେଶରେ ପଜିଟିଭ୍‌ ହାର ୮.୪ ପ୍ରତିଶତ ଥିବା ବେଳେ ଓଡ଼ିଶାରେ ପଜିଟିଭ୍‌ ହାର ୬.୨ ପ୍ରତିଶତ ରହିଛି।