ଅକ୍ଟୋବର ୧୨ରୁ ୧୯ ଯାଏଁ ହେବ ଓଜେଇଇ ପରୀକ୍ଷା

ଭୁବନେଶ୍ବର: ଅକ୍ଟୋବର ୧୨ରୁ ୧୯ ଯାଏଁ ହେବ ଚଳିତ ବର୍ଷର ଓଜେଇଇ ପରୀକ୍ଷା। ଏନେଇ ଓଜେଇଇର ଅଧ୍ୟକ୍ଷ ସୁଦୀପ କୁମାର ଚାନ୍ଦ୍ ସୂଚନା ଦେଇଛନ୍ତି। ମୋଟ ୫୩ ଟି କେନ୍ଦ୍ରରେ ହେବ ଚଳିତ ବର୍ଷର ଓଜେଇଇ ପରୀକ୍ଷା।
ରାଜ୍ୟ ଭିତରେ ୨୧ଟି ସହରର ୫୦ଟି କେନ୍ଦ୍ରରେ ହେବ ଓଜେଇଇ ପରୀକ୍ଷା। ରାଜ୍ୟ ବାହାରେ ରାଞ୍ଚି, କୋଲକାତା, ପାଟନାରେ ହେବ ଓଜେଇଇ ପରୀକ୍ଷା। ଓଜେଇଇର ସବୁ ପରୀକ୍ଷା କମ୍ପୁଟର ବେସ୍ଡ ହେବ।