ଆମେରିକାରେ ଟିକ୍ଟକ୍, ଓ୍ଵିଚାଟ୍ ଉପରେ ଲାଗିଲା କଟକଣା

ନୂଆଦିଲ୍ଲୀ: ଭାରତ ପରେ ଆମେରିକାରେ ଚାଇନିଜ୍ ଆପ୍ ଟିକ୍ଟକ୍ ଓ ଓ୍ଵିଚାଟ୍ ଉପରେ ଲାଗିଲା କଟକଣା। ରାଇଟର୍ସର ରିପୋର୍ଟ ଅନୁଯାୟୀ ଡୋନାଲ୍ଡ ଟ୍ରମ୍ପ ସେପ୍ଟେମ୍ବର ୨୦ରୁ ଆମେରିକାରେ ଟିକ୍ଟକ୍ ଏବଂ ଓ୍ଵିଚାଟ୍ ଉପରେ କଟକଣା ଲଗାଇବାକୁ ଘୋଷଣା କରିଛନ୍ତି। ଅର୍ଥାତ ସେପ୍ଟେମ୍ବର ୨୦ରୁ ଆମେରିକାରେ ଟିକ୍ଟକ୍, ଓ୍ଵିଚାଟ୍ ଡାଉନ୍ଲୋଡ୍ ହେଇ ପାରିବ ନାହିଁ। ଆମେରିକାରେ ଟିକ୍ଟକ୍ର ପ୍ରାୟ ୧୦୦ ମିଲିୟନ ଅର୍ଥାତ ୧୦ କୋଟି ୟୁଜର୍ସ ଅଛନ୍ତି।
ଏହି ନିଷ୍ପତ୍ତି ପୂର୍ବରୁ ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, ସେ ଟିକ୍ଟକ୍ ବିଷୟରେ ନିଷ୍ପତ୍ତି କରିବା ପାଇଁ ଓ୍ଵାଲମାର୍ଟ ଓ ଓରାକିଲ ପ୍ରତିନିଧି ସହିତ ଆଲୋଚନା କରିଛନ୍ତି। ଗତ ମାସରେ ଟ୍ରମ୍ପ ଟିକ୍ଟକ୍ ଓ ଓ୍ଵିଚାଟ୍ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ଏକ କାର୍ଯ୍ୟକାରୀ ଆଦେଶ ଉପରେ ଦସ୍ତଖତ କରିଥିଲେ। ଏହା ପୂର୍ବରୁ ଭାରତରେ ଟିକ୍ଟକ୍କୁ ନିଷେଦ୍ଧ କରାଯାଇଥିଲା।