Odisha Link
Bridging the Missing Links in Odisha

ସିବିଆଇ ବିଜେପିର କଣ୍ଢେଇ: ତାରା

ଭୁବନେଶ୍ୱର: ସିବିଆଇ ହେଉଛି ବିଜେପିର କଣ୍ଢେଇ। ପୂର୍ବତନ ମନ୍ତ୍ରୀ ତଥା ବିଜେଡି ବିଧାୟକ ଦେବୀ ପ୍ରସାଦ ମିଶ୍ରଙ୍କ ସରକାରୀ ଓ ପୈତୃକ ବାସଭବନ ସମେତ ମୋଟ ୮ଟି ସ୍ଥାନରେ ଗତକାଲି ସିବିଆଇ ଚଢଉ ପରେ ଏଭଳି ମନ୍ତବ୍ୟ ଦେଇଛନ୍ତି କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି।

ତାରା କହିଛନ୍ତି, ଦୀର୍ଘ ୭ ବର୍ଷ ହେଲା ସିବିଆଇ କେଉଁଠି ଥିଲା। ସିବିଆଇ ହେଉଛି ବିଜେପର କଣ୍ଢେଇ। ସିବିଆଇ ଚଢଉ ସବୁ ଲୋକ ଦେଖାଣିଆ। ରେଡ ହେଉ କିନ୍ତୁ ନବୀନ ନିବାସର ଅଫିସରଙ୍କୁ କାହିଁକି ରେଡ କରୁନ। ରେଡକୁ ମନା ନାହିଁ, ରାଜ୍ୟ ସରକାରଙ୍କ ଉପରେ ବି ତଦନ୍ତ ହେବା ଦରକାର। ବିଜେପି ଓ ବିଜେଡି ଗୋଟିଏ। କେବଳ ନିର୍ବାଚନବେଳେ ଅଲଗା ଦେଖେଇ ହୁଅନ୍ତି। ଏବେ କେବଳ ଚିଟଫଣ୍ଡ ଉପରେ ରାଜନୀତି ହେଉଛି। ଏହାର କିଛି ଫାଇଦା ନାହିଁ ବୋଲି ତାରା କହିଛନ୍ତି।

ଗତକାଲି ସିବିଆଇ ରେଡ ନେଇ ତାରା କହିଥିଲେ ଯେ, ନିର୍ବାଚନ ପାଇଁ ସିବିଆଇ ଏହି ରେଡ କରିଛି। ଆଗକୁ ହେବାକୁ ଥିବା ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନ ପରିପ୍ରେକ୍ଷୀରେ ସିବିଆଇ ଏଭଳି ରେଡ କରିଛି । ଆଗରୁ ସିବିଆଇ କୁଆଡେ଼ ଯାଇଥିଲା ବୋଲି ତାରା ପ୍ରଶ୍ନ କରିଥିଲେ। ବିଜେପିର ଅନୁମତି ନେଇ ସିବିଆଇ ଏଭଳି ଡ୍ରାମା କରୁଛି।

Comments are closed.