Odisha Link
Bridging the Missing Links in Odisha

ଏନ୍‌ଆଇଏର ଚଢ଼ାଉ, ୯ ଆତଙ୍କବାଦୀ ଗିରଫ

ନୂଆଦିଲ୍ଲୀ: ଏନ୍‌ଆଇଏକୁ ବଡ଼ ସଫଳତା। ଅଲ କାଏଦାର ଏକ ବଡ଼ ନେଟୱାର୍କର ଷଡଯନ୍ତ୍ରକୁ ପଣ୍ଡ କରିଛି ଏନ୍‌ଆଇଏ। ଆଜି ସକାଳେ ଅଲ କାଏଦା ମଡ୍ୟୁଲ ସମ୍ପର୍କରେ କେରଳ ଏବଂ ପଶ୍ଚିମବଙ୍ଗରେ ଚଢ଼ାଉ କରିଛି ଏନ୍‌ଆଇଏ। ଏନଆଇଏର ଏହି ଚଢ଼ାଉ ସମୟରେ ୯ ଜଣ ଆଙ୍କବାଦୀକୁ ଗିରଫ କରାଯାଇଛି। କେରଳର ଏରନାକୁଲମରେ ଏବଂ ପଶ୍ଚିମବଙ୍ଗର ମୁର୍ସିଦାବାଦରେ ଏହି ଚଢ଼ାଉ କରାଯାଇଛି।

ଏନଆଇଏ କେରଳର ଏର୍ନାକୁଲମରୁ ୩ ଜଣଙ୍କୁ ଗିରଫ କରିଥିବାବେଳେ ପଶ୍ଚିମବଙ୍ଗର ମୁର୍ସିଦାବାଦରୁ ୬ ଜଣଙ୍କୁ ଗିରଫ କରାଯାଇଛି। ସୂଚନା ଅନୁଯାୟୀ, ଏହି ଆଙ୍କବାଦୀମାନେ ଦେଶର ଗୁରୁତ୍ୱପୂର୍ଣ୍ଣ ପ୍ରତିଷ୍ଠାନଗୁଡ଼ିକୁ ଟାର୍ଗେଟ କରିଥିଲେ। ଗିରଫ ହୋଇଥିବା ସମସ୍ତଙ୍କ ବୟସ ପ୍ରାୟ ୨୦ ବର୍ଷ ବୋଲି କୁହାଯାଉଛି। ଏନେଇ ଏକ ମାମଲା ରୁଜୁ ହୋଇଛି ଏବଂ ଅଧିକ ତଦନ୍ତ ଚାଲିଛି। ଗିରଫ ସମସ୍ତ ଆତଙ୍କବାଦୀ ଶ୍ରମିକ ଅଟନ୍ତି। ଆତଙ୍କବାଦୀ ଷଡ଼ଯନ୍ତ୍ର ବିଷୟରେ ବିଶେଷ ସୂତ୍ରରୁ ଖବର ପାଇବା ପରେ ଏମାନଙ୍କ ଉପରେ ନଜର ରଖାଯାଇଥିଲା।

Comments are closed.